ପାଟପୁର କଲେଜରେ ଅଧ୍ୟାପକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ୍ ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ କାର୍ଯ୍ୟରତ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ବିଜୟ କୁମାର ପ୍ରଧାନ ଏବଂ ପ୍ରାଣୀ ବିଜ୍ଞାନ ବିଭାଗ ଲ୍ୟାବ୍ ଆଟେଣ୍ଡାଣ୍ଟ ରଘୁନାଥ ସାହୁ ଅବସର ଗ୍ରହଣ କରିଛନ୍ତି । ଉଭୟ ନିଜର କର୍ମମୟ ଜୀବନର ସମସ୍ତ ସମୟ ଅନୁଷ୍ଠାନରେ ବିନିମୟ କରି ଅନୁଷ୍ଠାନର ପ୍ରସିଦ୍ଧିରେ ନିଜନିଜ ଭାଗିଦାରୀ ପ୍ରତିପାଦିତ କରିଥିବାରୁ ଉଭୟଙ୍କୁ ଅନୁଷ୍ଠାନ ଏବଂ ସମକାଳୀନ ଶିକ୍ଷାର୍ଥୀଙ୍କ ପାଇଁ ଅପାସୋରା ରହିବା ନେଇ ଆଜି ଉଭୟଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପରିପ୍ରେକ୍ଷୀରେ ଅଧ୍ୟକ୍ଷା ଡଃ ସୁଦେଶ୍ନା ଚୌଧୁରୀଙ୍କ ସହ ଉପସ୍ଥିତ ଅଧ୍ୟାପକ ଅଧ୍ୟାପିକା ମଣ୍ଡଳୀଙ୍କ ନକ୍ତବ୍ୟରୁ ପ୍ରକାଶ ପାଇଛି ।ଆୟୋଜିତ ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷା ଡ. ସୁଦେସ୍ନା କୁମାରୀ ଚୌଧୁରୀ ଙ୍କ ପୌରହିତ୍ୟ କରିଥିବା ବେଳେ ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ସ୍ୱାଇଁ ସମ୍ପାଦନା କରିଥିଲେ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ସମୂହ ଯୋଗଦେଇ ଶ୍ରୀ ପ୍ରଧାନ ଏବଂ ଶ୍ରୀ ସାହୁଙ୍କୁ ଭାବପୁରନ୍ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।ଅଧ୍ୟକ୍ଷା ଶ୍ରୀମତୀ ଚୌଧୁରୀ , ଅଧ୍ୟାପକ ଶ୍ରୀ ସୁବାଷ ଚନ୍ଦ୍ର ମହାପାତ୍ର, ଅଧ୍ୟାପକ ଶ୍ରୀ ଶ୍ରୀଜୟ ସାହୁ ସେମାନଙ୍କର ଅଭିଭାଷଣରେ ଶ୍ରୀ ପ୍ରଧାନ ଏବଂ ଶ୍ରୀ ସାହୁଙ୍କ ନିଷ୍ଠାବାନ୍ ସେବାର ପ୍ରଶଂସା କରିବା ସହିତ ସେମାନଙ୍କ ଦୀର୍ଘାୟୁ କାମନା କରିଥିଲେ । ଡ. ସ୍ୱାଇଁ ସେବାର ଅବସର ପରେ ଜୀବନକୁ ସୁମଧୁର କରିବାରେ ଆଧ୍ୟାତ୍ମିକତାର ଆବଶ୍ୟକତା ବିଷୟରେ ବକ୍ତବ୍ୟ ରଖିଥିଲେ । ଅଧ୍ୟାପିକା ସରସ୍ୱତୀ ପଣ୍ଡା ଏବଂ ଶ୍ରୀ ଗୌରୀ ଶଙ୍କର ମହାପାତ୍ର ସଙ୍ଗୀତ ପରିବେଷଣ କରିଥିଲା ବେଳେ ଅଧ୍ୟାପକ ତ୍ରିଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ