ପାଢିଆ ଧର୍ମଶାଳାରେ ଡ. ରାମ ମୋହନ ଲୋହିଆ ସ୍ବାସ୍ଥ୍ୟ ଜୀବନ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ ମାରଓ୍ବାଡୀ ଯୁବ ମୋର୍ଚା’ ଆୟୋଜନରେ ରାଜସ୍ଥାନର ଡଃ. ରାମ ମୋହନ ଲୋହିଆ ସ୍ବାସ୍ଥ୍ୟ ଜୀବନ ପ୍ରତିଷ୍ଠାନ ଆନୁକୂଲ୍ୟରେ ରାଇରଙ୍ଗପୁରସ୍ଥ ପାଢିଆ ଧର୍ମଶାଳା,ବଜାର ବସ ଷ୍ଟାଣ୍ଡ ନିକଟରେ ରେ ଜୁଲାଇ ୧ ରୁ ୬ ତାରିଖ ୭ ଦିବସୀୟ ପ୍ରାକୃତିକ ଚିକିତ୍ସା ଶିବିର ଆଜିଠାରୁ ଶୁଭାରମ୍ଭ ହୋଇଛି ।ଏହି ଚିକିତ୍ସାରେ ଶିବିରରେ ଡ. ରାମ ମୋହନ ଲୋହିଆ ସ୍ବାସ୍ଥ୍ୟ ଜୀବନ ପ୍ରତିଷ୍ଠାନର ଖ୍ୟାତନାମା ଥେରାପିଷ୍ଟ ରଣଜିତ ସି଼ଂ ଏବଂ ଦେବେନ୍ଦ୍ର ସିଂ ରୋଗୀମାନଙ୍କ ଚିକିତ୍ସା ପରୀକ୍ଷା କରିବା ସହ ଆବଶ୍ୟକୀୟ ଜ୍ଞାନ, ଶାରିରୀକ ପ୍ରଶିକ୍ଷଣ ଦେଉଛନ୍ତି ।ବିଶେଷତଃ ବିନା ଅପରେସନରେ ଜର୍ମାନୀ ଟେକ୍ନିକ ଦ୍ଵାରା ନିର୍ମିତ ଅଣ-ଅପରେସନ ଆଣ୍ଠୁ ବନ୍ଧନୀ,ପିଠି ଯନ୍ତ୍ରଣା,ଆଣ୍ଠୁ ଯନ୍ତ୍ରଣା,ଗର୍ଭାଶୟ ଯନ୍ତ୍ରଣା,ଗଣ୍ଠି ଯନ୍ତ୍ରଣା,ହାତ ଓ ପାଦର ଅସ୍ଥିରତା,ସାଇକିଆଟିକ ଯନ୍ତ୍ରଣା,ଥାଇରଏଡ଼,କ୍ରିକେଟ ମୁଣ୍ଡବ୍ୟଥା,ପକ୍ଷଘାତ,ନିଦ୍ରା ହୀନତା,ଗ୍ୟାସ, କୋଷ୍ଠକାଠିନ୍ୟ,ମୋଟପାପଣର ଚିକିତ୍ସା କୁ ଗୁରୁତ୍ଵ ଦିଆ ଯାଉଛି । ରାଇରଙ୍ଗପୁର ଏବଂ ଆଖପାଖ ଅଂଚଳର ପିଡିତ ମାନେ ଏହାର ଲାଭ ଉଠାଇବା ପାଇଁ ଆୟୋଜକ ମାରଓ୍ବାଡୀ ଯୁବ ମୋର୍ଚା ର ସଦସ୍ୟ ମାନେ ଅନୁରୋଧ କରିଛନ୍ତି ।ମାରଓ୍ବାଡୀ ଯୁବ ମୋର୍ଚ୍ଚା ବହୁବିଧ ସାମାଜିକ କାର୍ଯ୍ୟକ୍ରମକୁ ହାତକୁ ନେଇଥିବାବେଳେ ଲୋକଙ୍କ ସ୍ବାସ୍ଥ୍ୟ ସେବା ଯୋଗାଇବା କାର୍ଯ୍ୟକ୍ରମ ହାତକୁ ନେଇଛି ଯାହାକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି ।କାର୍ଯ୍ୟକ୍ରମରେ ମାରଓ୍ବାଡୀ ଯୁବମୋର୍ଚ୍ଚାର ଗୌରଵ ଅଗ୍ରୱାଲ, କ୍ରୀଷ୍ଣା ଵେରିଆ, ଆଶୁତୋଷ ଅଗ୍ରୱାଲ,ରାହୁଲ ଅଗ୍ରୱାଲ,ଶିବମ ଅଗ୍ରୱାଲ,ସୌରଭ ମୁରାରକା,ଶିବ ଶଙ୍କର ଭୁତ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ