ଆପୋଲୋ ହସ୍ପିଟାଲ୍ ଦ୍ୱାରା ସରକାରଙ୍କ ଶ୍ରମବିଭାଗକୁ ଉପହାସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ ଗରିବ ଜନସାଧାରଣଙ୍କୁ ଜରୁରୀ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଓ ବେକାରୀ ଯୁବକଯୁବତୀଙ୍କୁ ନିଯୁକ୍ତି ଇତ୍ୟାଦି ସମ୍ପର୍କରେ ଜମି ଓ ଅନ୍ୟାନ୍ୟ ସୁବିଧା ପାଇଥିବା ଆପୋଲୋ ହସ୍ପିଟାଲ ଆଜି ନିଜର ଲାଭାଂଶ ବୃଦ୍ଧି କରିବା ସହିତ ଗରିବ ଜନସାଧାରଣ ତଥା ନିଯୁକ୍ତି ହୋଇଥିବା କର୍ମଚାରୀଙ୍କୁ ଶୋଷଣ କରିବା କାମ କରୁଛି । ଶ୍ରମ ବିଭାଗର ନିର୍ଦ୍ଦେଶକୁ ପାଳନ କରୁନାହିଁ । ନିକଟ ଅତୀତରେ ଭାରତୀୟ ମଜଦୁର ସଂଘ ଶ୍ରମିକ ନିର୍ଯ୍ୟାତନା ବନ୍ଦ କରିବା, ଜନସାଧାରଣଙ୍କୁ ସରକାରୀ ନିୟମ ଅନୁସାରେ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ଆଦି ଦାବିନେଇ ଧାରଣା ପ୍ରଦର୍ଶନ କରିବା ପାଇଁ ସୂଚନା ଦେଇଥିଲେ । ଶ୍ରମ ବିଭାଗର ହସ୍ତକ୍ଷେପ ଫଳରେ ତାହା ତ୍ରିପାକ୍ଷୀୟ ବୁଝାମଣା ସହ ଧାରଣା ପ୍ରଦର୍ଶନ ପ୍ରତ୍ୟାହୃତ ହୋଇଥିଲା । ବୁଝାମଣା ମୁତାବକ ୨୯ତାରିଖ ସୁଦ୍ଧା ସଂଘର ଦାବି ପୂରଣ ହେବା କଥା କିନ୍ତୁ ବଡ଼ ଦୁର୍ଭାଗ୍ୟର ବିଷୟ ତାହା ଆପୋଲୋ କର୍ତ୍ତୃପକ୍ଷ ପାଳନ କରିନାହାନ୍ତି । ଯାହା ଶ୍ରମିକ ତଥା ଗରିବ ଜନସାଧାରଣ ମାନଙ୍କ ପାଇଁ ଉପହାସ ସଦୃଶ୍ୟ । କିଛି ଅସାଧୁ ଶ୍ରମିକ ନେତା ଓ ରାଜନେତାଙ୍କ ଅନୈତିକ ଅନୁକମ୍ପା ଆପୋଲୋ ହସ୍ପିଟାଲ ପ୍ରତି ଥିବାରୁ ଏହାର ସମ୍ଭବ ହେଉଛି ବୋଲି ସଂଘର ରାଜ୍ୟ ସଭାପତି ଶ୍ରୀ ପୃଥିରାଜ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଜଣାଇଇଛନ୍ତି । ସରକାରଙ୍କ ଜନକଲ୍ୟାଣ ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ଥ ହେରଫେର ସହିତ ଉପଯୁକ୍ତ ଚିକିତ୍ସା ମଧ୍ୟ ଦେଉନଥିବାରୁ ସରକାର ବଦନାମ ହେଉଛନ୍ତି । ହସ୍ପିଟାଲ ପ୍ରତିଷ୍ଠା ପାଇଁ ଥିବା ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମାକୁ ପାଳନ କରାଯାଉନାହିଁ ତେଣୁ ଏହାର ପ୍ରତିବାଦରେ ଆସନ୍ତା ତା୦୭.୦୭.୨୦୨୩ରିଖ ଶୁକ୍ରବାର ଦିନଠାରୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସଂଘ ଗଣାଧାରଣା ଜାରି ରଖିବ ବୋଲି ଭାରତୀୟ ମଜଦୁର ସଂଘର ଉପ-ସାଧାରଣ ସମ୍ପାଦକ ଶ୍ରୀ ଶାନ୍ତନୁ କୁମାର ମହାପାତ୍ର ଆଜିର ଏହି ସମ୍ମିଳନୀରେ ପ୍ରକାଶ କରିବା ସହିତ ଆପୋଲୋ ହସ୍ପିଟାଲର ଏହି ଶୋଷଣ ବୃତ୍ତିକୁ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ମଜଦୁର ସଂଘର କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ ଗିରିଶ ଚନ୍ଦ୍ର ମହାନ୍ତି, ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ପାର୍ଥସାରଥୀ ମହାନ୍ତି ସମ୍ପାଦକ ଶ୍ରୀ ଅକ୍ଷୟ ରାଉତରାୟ, ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ ଦାସ ତଥା ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ