ମାଟି ତଳୁ ବାହାରିଲେ ଶିବଙ୍କ ଲିଙ୍ଗ ରାମଗିରିରେ ଭକ୍ତିମୟ ପରିବେଶ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜ଼ିଲ୍ଲା ମୋହନା ବ୍ଲକ ମୁଡୁମୁଡିଆ ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବା ପାଇଁ ମିଳିଛି l ଗ୍ରାମ ନିକଟରେ ଥିବା ରାମଢ଼ୀମୀରା ପାହାଡ଼ ରେ ମହାପ୍ରଭୁ ଶିବଶଙ୍କର ଙ୍କ ଏକ ଶିବଲିଙ୍ଗ ଆବିର୍ଭାବ ହୋଇଛି l ଗ୍ରାମବାସୀ ଙ୍କ ସୂଚନା ପ୍ରକାରେ କିଛି ଦିନଧରି ରାମଗିରି ଅଞ୍ଚଳ ର ଜଣେ ମାଳି ମୁଡୁମୁଡିଆ ଆସି ରାମଢ଼ୀମୀରା ପାହାଡ଼ ନିକଟରେ ଥିବା ଏକ ଉଇହୁଙ୍କା ନିକଟରେ ପୂଜାର୍ଚ୍ଚନା କରିବା ସହ ଗ୍ରାମବାସୀ ଙ୍କୁ ମଧ୍ୟ ଉକ୍ତ ସ୍ଥାନ ରେ ପୂଜାର୍ଚ୍ଚନା କରିବା ପାଇଁ ପରାମର୍ଶ ଦେଇଥିଲେ l ସେବେଠାରୁ ଲୋକେ ସେହି ସ୍ଥାନରେ ପୂଜାର୍ଚ୍ଚନା କରୁଥିଲେ l ତେଵେ ଗତ ବୁଧବାର ମହାପ୍ରଭୁ ଜଗନ୍ନାଥ ଙ୍କ ବାହୁଡା଼ ଯାତ୍ରା ରାତିରେ ଗ୍ରାମର ରୋହିତ ନାୟକ ଙ୍କୁ ରାତିରେ ସ୍ୱପ୍ନାଦେଶ ହୋଇଥିଲା, ସ୍ବପ୍ନ ରେ ଜଣେ ବୃଦ୍ଧ ତାଙ୍କୁ ଉଠଇବା ସହ ଉକ୍ତ ପାହାଡ଼ ର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଶିବଲିଙ୍ଗ ଥିବା ର ସୂଚନା ଦେଇଥିବା ରୋହିତ ସ୍ଥାନୀୟ “ସକାଳ” ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି l ସ୍ବପ୍ନାଦେଶ ପ୍ରକାରେ ରୋହିତ ପରଦିନ ଭୋର ସମୟରେ ଉକ୍ତ ସ୍ଥାନକୁ ଯିବା ସହ ସେଠାରେ ଏକ ନାଗ ସର୍ପ ଥିବା ଦେଖିଥିଲେ l ସଙ୍ଗେ ସଙ୍ଗେ ଗ୍ରାମବାସୀ ଙ୍କୁ ଘଟଣା ସମ୍ପର୍କ ରେ ସୂଚନା ଦେବାସହ ସ୍ୱପ୍ନାଦେଶ ପ୍ରକାରେ ସତଜଣ ଅବିବାହିତ ଝିଅ ଙ୍କୁ ଦ୍ୱାରା ସତଗରା ପାଣି ଉକ୍ତ ସ୍ଥାନରେ ଅଭିଷେକ କରିଥିଲେ ଏହାପରେ ସେଠାରେ ବୃଷବ ସଦୃଶ୍ୟ ଛୋଟିଆ ଶିଳା ସହ ଶିବଙ୍କର ଲିଙ୍ଗ ଦୃଶ୍ୟମାନ ହୋଇଥିଲା l ଉକ୍ତ ପୀଠ କୁ ” ମୁକ୍ତେଶ୍ଵର ” ମହାଦେବ ଭାବେ ନାମକରଣ କରାଯାଇଛି l ଏଭଳି ଘଟଣା ପ୍ରଚାର ହେବାପରେ ମୁଡୁମୁଡିଆ ଗ୍ରାମ କୁ ଆଖପାଖ ଅଞ୍ଚଳ ର ଭକ୍ତ ଙ୍କ ସୁଅ ଛୁଟିବାରେ ଲାଗିଛି l ଏବଂ ବୈଦିକ ରୀତିରେ ଲିଙ୍ଗ ର ପୂଜାର୍ଚ୍ଚନା ମଧ୍ୟ ଆରମ୍ଭ ହୋଇଛି l ତେଵେ ସରକାର ଏବଂ ପ୍ରଶାସନ ଉପଯୁକ୍ତ ଦୃଷ୍ଟିଦେଇ ଉକ୍ତ ଶୈବପୀଠ ଟିର ଅତ୍ୟାବଶ୍ୟକୀୟ ଉନ୍ନତି ପ୍ରତି ଧ୍ୟାନଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି l