ପାରଳା ଜଗନ୍ନାଥ ମନ୍ଦିରରେ ଗୁରୁ ପୂର୍ଣ୍ଣମୀ ପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ଅବତାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ପବିତ୍ର ଗୁରୁ ପୂର୍ଣ୍ଣମୀ ଅଟେ. ଏହି ଅବସରରେ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପ୍ରଭୁଙ୍କୁ ଲକ୍ଷ୍ମୀ ନାରାୟଣ ଅବତାରରେ ସଜ୍ଜିତ କରାଯାଇ ଭକ୍ତଙ୍କ ଦର୍ଶନ ପାଇଁ ଆୟୋଜନ କରାଯାଇଛି. ମନ୍ଦିରର ପୂଜକ ସଞ୍ଜୟ ପାଢ଼ୀ, ବଳରାମ ପଣ୍ଡା, ପ୍ରହ୍ଲଲାଦ ସୁଆର ପ୍ରମୁଖ କହିଛନ୍ତି ରଥଯାତ୍ରା ସମୟରେ ପ୍ରଭୁ ବଳଭଦ୍ର, ମା ସୁଭଦ୍ରା ଓ ପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ଏକାକୀ ଛାଡି ଯାତ୍ରା ସମାପନ କରି ମନ୍ଦିରକୁ ଫେରିଥିଲେ. ଏଥିରେ ମା ମହାଲକ୍ଷ୍ମୀ ଅତ୍ୟନ୍ତ ଅଭିମାନ କରିଥିବା ଯୋଗୁଁ ମହାଲକ୍ଷ୍ମୀଙ୍କୁ ମାନଭଞ୍ଜନ କରିବା ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ ଲକ୍ଷ୍ମୀ ନାରାୟଣ ଅବତାରରେ ମହାଲକ୍ଷ୍ମୀଙ୍କୁ ଶ୍ରୀଜଗନ୍ନାଥ ନିଜ କୋଳରେ ବସାଇ ଶ୍ରୀଲକ୍ଷ୍ମୀନାରାୟଣ ଅବତାରରେ ମାନଭଞ୍ଜନ କରିଛନ୍ତି. ଆଜିର ଏହି ଗୁରୁ ପୂର୍ଣମୀ ଏବଂ ଶ୍ରୀଲକ୍ଷ୍ମୀ ନାରାୟଣ ଅବତାର ଦର୍ଶନ ପାଇଁ ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖା ଦେଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ