ବନ୍ତ ବଜାରରେ ଗୁଟ୍‌ଖା ଦୋକାନ ଉପରେ ଚଢାଉ

ବନ୍ତ, (ଚାନ୍ଦିନୀ ମହାନ୍ତି):ଜାତୀୟ ତମାଖୁ ନିୟନ୍ତ୍ରଣ ଆଇନ ଅନୁଯାୟୀ ବନ୍ତ ପୋଲିସ ପକ୍ଷରୁ ଆଜି ବନ୍ତ ବଜାରରେ ବେଆଇନ ଗୁଟ୍‌ଖା ବିକ୍ରୟ ଦୋକାନ ଉପରେ ଚଢାଉ କରାଯାଇଥିଲା । ନିଷେଧ ଥିବା ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରୟ ଅପରାଧରେ ୧୨ ଜଣ ଦୋକାନୀଙ୍କ ଠାରୁ ୨୪ ଶହ ଟଙ୍କା ଜୋରିମାନା ଆଦାୟ କରାଯିବା ସହିତ ଜବତ ହୋଇଥିବା ସମସ୍ତ ଗୁଟ୍‌ଖାକୁ ନଷ୍ଟ କରିଦିଆଯାଇଥିଲା । ଏହି ଚଢାଉରେ ଏସ୍‌.ଆଇ ପ୍ରସାଦ କୁମାର ଜେନାଙ୍କ ସମେତ ବନ୍ତ ପୋଲିସ ଟିମ୍ ଏବଂ ଏପିଡେମିଲୋଜିଷ୍ଟ ଡାକ୍ତର କାଶିନାଥ ପଣ୍ଡା, ଅଣ ସଂକ୍ରାମକ ରୋଗର ସହକାରୀ ପରିଚାଳକ ଦୀପକ କୁମାର ରାଉତ, ଡ୍ରଗ୍ସ ଇନିସପେକ୍ଟର ଅଫିସର କର୍ମଚାରୀ ମାନେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ