ବୁଗୁଡ଼ାର ନୂତନ ତହସିଲଦାରଙ୍କ ଦାୟିତ୍ୱ ଗ୍ରହଣ
ବୁଗୁଡା, (ଅନିଲ କୁମାର ମହାରଣା):ଜୁଲାଇ ୫ ତାରିଖ ଦିନ ବୁଗୁଡାର ନୂତନ ତହସିଲଦାର ଭାବେ ତାପସ ରାଉତ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ତହସିଲଦାରଙ୍କ ଏଠାରୁ ବଦଳି ହେବାପରେ ଅତିରିକ୍ତ ତହସିଲଦାର ଦାୟିତ୍ୱରେ ଥିଲେ। ଅତିରିକ୍ତ ତହସିଲଦାରଙ୍କ ଠାରୁ ବୁଧବାର ଦିନ ନୂତନ ତହସିଲଦାର ଶ୍ରୀ ରାଉତ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ ଶ୍ରୀ ରାଉତ ରାୟଗଡା ର ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ତହସିଲଦାର ଶ୍ରୀ ରାଉତ ଦାୟିତ୍ୱ ଗ୍ରହଣ କରିବା ପରେ ବୁଗୁଡା ତହସିଲ ଅଫିସ କର୍ମଚାରୀ ବୃନ୍ଦ ଓ ବୁଗୁଡା ବାର ଏସୋସିଏସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।


