୭୪ ତମ ବନ ମହୋତ୍ସବ ପାଳିତ

ମୋହନା, (ଅଂଶୁମାନ ପଣ୍ଡା):ଗୁରବାର ଦିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଗିରି ପରିସରରେ ଚନ୍ଦ୍ରଗିରି ବନାଞ୍ଚଳ ସହଯୋଗରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି I ଏହି ଅବସରରେ ବନଖଣ୍ଡ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ, ସୁଧାକର କଣ୍ଡଲୁ ତଥା ବନରକ୍ଷୀ ଅଧିକାରୀ ମାନେ, , ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ନାୟକ ବରିଷ୍ଠ ସହକାରୀ ଶିକ୍ଷକ ଭି. ଉମାକାନ୍ତ ଏବଂ ଜଗନ୍ନାଥ କୁମ୍ଭ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଯୋଗଦାନ କରିଥିଲେ । ଏଥିରେ ବିଦ୍ୟାଳୟର ୩୫୦ ରୁ ଅଧିକ ଛାତ୍ରୀ ଯୋଗ ଦେଇଥିଲେ । ଅତିଥିମାନେ ତାଙ୍କର ବକ୍ତବ୍ୟରେ ଗୋଟିଏ ବୃକ୍ଷ ଗୋଟିଏ ସନ୍ତାନ ଏବଂ ପ୍ରଧାନ ଶିକ୍ଷକ କହିଥିଲେ ବୃକ୍ଷ ହିଁ ଠାକୁର । ଗୋଟିଏ ମନ୍ଦିର ତୋଳିବା ଯେତିକି ଧର୍ମ ପାଞ୍ଚଟି ବୃକ୍ଷ ବଡ କରିବା ସେତିକି ଧର୍ମ । ଗଛଟିଏ ଜୀବନଟିଏ, ଗଛ ନିଜେ ବଞ୍ଚିଲେ ଅନ୍ୟକୁ ବଞ୍ଚାଏ। ଜୀବ ଜଗତ ବଞ୍ଚି ରହିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅମ୍ଲଜାନ ଗ୍ୟାସ ଗଛ ହିଁ ଦେଇଥାଏ। ଗଛକୁ ଆବଶ୍ୟକ ପଡୁଥିବା ୧୭ ପ୍ରକାର ଖାଦ୍ୟ ମଧ୍ୟରୁ ୩ ପ୍ରକାର ଖାଦ୍ୟ ଗଛ ନିଜେ ବାୟୁମଣ୍ଡଳରୁ ସଂଗ୍ରହ କରୁଥିବା ବେଳେ ୧୪ ପ୍ରକାର ଖାଦ୍ୟ ମାଟିରୁ ସଂଗ୍ରହ କରିଥାଏ। ଏହି ୧୪ ପ୍ରକାର ଖାଦ୍ୟକୁ ନିଜେ ଖାଇ ପ୍ରାଣୀ ଜଗତକୁ ଶାଗ, ଫୁଲ, ଫଳ ଓ କନ୍ଦା ଅକାରରେ ପ୍ରଦାନ କରିଥାଏ। ତେଣୁ ଗଛ ଲଗାନ୍ତୂ ଓ ଜୀବନ ବଞ୍ଚାନ୍ତୁ ବୋଲି କହିଥିଲେ । ଅନ୍ୟାନ୍ୟ ଅତିଥି ମାନେ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରୀ ମାନେ ବୃକ୍ଷ ହିଁ ଜୀବନ ଏବଂ ପରିବେଶ ସୁରକ୍ଷା ଉପରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା I ଏହି ସମସ୍ତ କାର୍ଯ୍ୟକ୍ରମକୁ ସଂସ୍କୃତ ଶିକ୍ଷକ ଶ୍ରୀ ଲଳିତ ମୋହନ ମିଶ୍ର ପରିଚାଳନା କରିଥିଲେ I ପ୍ରଧାନଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ