ଭତ୍ତା ଭଳି ଆବାସ ଯୋଜନା ଟଙ୍କାବି ଯାଉଛି ଅନ୍ୟ ଏକାଉଣ୍ଟକୁ

ହାଟଡିହିି, (ବିକାଶ ବିଶ୍ୱାଳ):ପୁର୍ବରୁ ସାମାଜିକ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଭତ୍ତା ଟଙ୍କା ଭିନ୍ନ ଏକାଉଣ୍ଟକଚ ଯିବାରୁ ହିତାଦôକାରୀ ମାନେ ମାସ ମାସ ଧରି ଭତ୍ତା ଯଙ୍କା ପାଇପାରି ନାହାନ୍ତି । ଏପରିକି ୩/୪ମାସର ଭତ୍ତା ନପାଇ ହିତାଧିକାରୀ ବିଷ ବୋତଲ ଧରି ବସିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କିନ୍ତୁ ଏବେ ଭତ୍ତା ଟଙ୍କା ଭଳି ଆବାସ ଯୋଜନା ଟଙ୍କା ମଧ୍ୟ ଅନ୍ୟ ଏକାଉଣ୍ଟକୁ ଯାଉଥିବାରୁ ଚିନ୍ତାରେ ପଡି ଯାଇଛନ୍ତି ହିତାଧିକାରୀ । ସମଣା ଗ୍ରାମର ସସ୍ମିତା ଜେନା ଆବାସ ଯାଜନାରେ ଘର ଖଣ୍ଡିଏ ପାଇଥିବାବେଳେ ତାଙ୍କ କୋର୍ଡ ନଂ ଓଡି ୦୩/୦୦୯/୬୫୭୭, ୨୧-୨୨ । ସେ ବ୍ୟାଙ୍କ ଅଫ ଇଣ୍ଡିଆର ଏକାଉଣ୍ଟ ନମ୍ବର ଦେଇଥିବାବେଳେ ତାଙ୍କ ଏକାଉଣ୍ଟକୁ ପ୍ରଥମ ଦଫାରେ ୪୦ହଜାର ଟଙ୍କା ଦିଆଯାଇଛି । କିନ୍ତୁ ସେ ବ୍ୟାଙ୍କକୁ ଯାଇ ଦେଖିବା ବେଳକୁ ତାଙ୍କ ଏକାଉଣ୍ଟକୁ ଯଙ୍କା ଯାଇ ନାହିଁ । ସେ ଆଜି ବ୍ଲକ କାର୍ଯ୍ୟାଳୟକୁ ଆସି ବୁଜିବା ବେଳକୁ ଅନ୍ୟଏକ ପୋଷ୍ଟାଲ ଏକାଉଣ୍ଟକୁ ଯାଇଥିବା ଜଣାଯାଇଛି । ସେହିପରି କରଗୋଳା ଗ୍ରାମର କଳ୍ପନା ଜେନା ନାମକ ଜଣେ ମହିଳା ବଞ୍ଚୋ ବ୍ୟାଙ୍କ ଅଫ ିଣ୍ଡିଆର ଏକାଉଣ୍ଟ ନମ୍ବର ଦେଇଥିବାବେଳେ ତାଙ୍କ ଏକାଉଣ୍ଟକୁ ଟଙ୍କା ନଯାଇ ଭିନ୍ନ ଏକାଉଣ୍ଟକୁ ଯାଇଥିବା ଆଜି ବ୍ଲକକୁ ଆସି ବୁଝିବାପରେ ଜାଣିବାକୁ ପାଇଛନ୍ତି । ବାଲିବରେଇ ଗ୍ରାମର ୧୦ନମ୍ବର ୱାର୍ଡର ମାଳତୀ ପାତ୍ରଙ୍କ ଟଙ୍କା ତାଙ୍କ ଏକାଉଣ୍ଟକୁ ନଯାଇ ଅନ୍ୟ ଏକାଉଣ୍ଟକୁ ଯାଇଥିବା ସେ ଅଭିଯୋଗ କରିଛନ୍ତି । ଖାଲି ଏହି ଦୁଇ ତିନିଜଣ ନୁହନ୍ତି ସବୁ ପଞ୍ଚାୟତରେ ଏହି ଅବସ୍ଥା ଦେଖିବାକୁ ମିଳୁଛି । ପ୍ରତିଦିନ ଶହଶହ ଲୋକ ଏନେଇ ବ୍ଲକ କାର୍ଯ୍ୟାଳୟରେ ଭିଡ ଜମାଉଛନ୍ତି । ସେମାନଙ୍କ ଯୁକ୍ତି ଯେ ଆମେ ଆମ ଆଧାରକାର୍ଡ ଦେଲୁ, ଠିକ ଏକାଉଣ୍ଟ ନମ୍ବର ଦେଲୁ, କିନ୍ତୁ ଆମ ଏକାଉଣ୍ଟକୁ ନଯାଇ ଭିନ୍ନ ଏକାଉଣ୍ଟକୁ ଯାଉଛି କିପରି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ବ୍ଲକ କର୍ତ୍ତୁପକ୍ଷ କହୁଛନ୍ତି ଯେ ଆଧାରବେସ ରେ ପେମେଣ୍ଟ କରାଯାଉଛି, ତେଣୁ ଏପରି ସମସ୍ୟା ସୃଷ୍ଟି ହୋଇଛି । ଧିରେ ଧିରେ ସମସ୍ତଙ୍କ ସମସ୍ୟାକୁ ସମାଧାନ କରାଯାଉଛି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ