ଗୋଠଗାଁ ଗ୍ରାମପଞ୍ଚାୟତ ତରଫରୁ ମେଧାବୀ ବିଦ୍ୟାର୍ଥୀ ଓ କଳାକାର ସମ୍ମାନ ପ୍ରଦାନ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଅନ୍ତର୍ଗତ ଗୋଠଗାଁ ଗ୍ରାମପଞ୍ଚାୟତର ଯୁବ ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସିଆଙ୍କ ନେତୃତ୍ୱରେ ଶିକ୍ଷାବର୍ଷ ୨୦୨୧-୨୨ ଓ ୨୦୨୨-୨୩ ର ମେଧାବୀ ବିଦ୍ୟାର୍ଥୀ,ଓ.ଇ.ଏସ୍ ପ୍ରାପ୍ତ ଏବଂ କଳାକାର ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ମୂଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓ.ଇ.ଏସ୍ ତଥା କଞ୍ଚୁରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଜିତ୍ କୁମାର ପାଢୀ,ଶେରଗଡ଼ ବ୍ଲକ୍ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଡ.ଶିବାଶିଷ ବରାଳ,ଶେରଗଡ଼ ବ୍ଲକ୍ ଅଧକ୍ଷ କୃଷ୍ଣଚନ୍ଦ୍ର ନାୟକ,ଉପାଧ୍ୟକ୍ଷ ପ୍ରତିନିଧି କାହ୍ନୁ ଚରଣ ପଟ୍ଟନାୟକ,ବିଜେଡି ବ୍ଲକ ସଭାପତି ଶରତ ପାତ୍ର,ବ୍ଳକ ଯୁବ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ,ଜିଲ୍ଲା ପରିଷଦ ପ୍ରତିନିଧି ବରୁଣ ପୋଲାଇ,ସବ୍ ଇନ୍ପେକ୍ଟର ଆର୍ତ୍ତତ୍ରାଣ ନାୟକ,ଗୋଠଗାଁ ହାଇସ୍କୁଲ୍ ପ୍ରଧାନଶିକ୍ଷକ ଭାଗିରଥି ପ୍ରଧାନ,ଗ୍ରାମ ସଭାପତି ଶିବନାରାୟଣ ଖଣ୍ଡୁଆଳ,ସମିତିସଭ୍ୟ ସୂର୍ଯ୍ୟନାରାୟଣ ନାହାକ ଆଦି ଯୋଗଦେଇଥିଲେ। ମୂଖ୍ୟ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢା ସହ ସାମାଜିକ ଦାୟିତ୍ୱ ପ୍ରତି ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ।ସେଭଳି ସମ୍ମାନିତ ଅତିଥି ସୁଜିତ୍ କୁମାର ପାଢ଼ୀ ନିଜ ସଫଳତାର କାହାଣୀ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ, ସ୍ଥାନୀୟ ପ୍ରଧାନଶିକ୍ଷକ ସଫଳତାରେ ଆତ୍ମବିହୋର ନହୋଇ ସଫଳତାକୁ ପାଥେୟ କରି ଲକ୍ଷ୍ୟ ହାସଲ କରିବାକୁ ଆହ୍ବାନ କରିଥିଲେ।ବ୍ଲକ ଅଧକ୍ଷ କୃଷ୍ଣଚନ୍ଦ୍ର ନାୟକ ଏକାଠି ହୋଇ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ,ବ୍ଲକ୍ ଯୁବ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଏଇଭଳି ସକରାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ ପାଇଁ ପଦକ୍ଷେପ ଜାରି ରଖିବା ପାଇଁ ଅନୁରୋଧ କରିଥିଲେ।ପରବର୍ତ୍ତୀ ସମୟରେ ଶିକ୍ଷାବର୍ଷ ୨୦୨୧-୨୨ ର ଦ୍ଵାଦଶ ଶ୍ରେଣୀ କଳା ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସୁମିତ୍ରା ପ୍ରଧାନ,ବିଜ୍ଞାନ ବିଭାଗରେ ପୂଜରାଣୀ ପାଢ଼ୀ,ଦଶମ ଶ୍ରେଣୀରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ନିରାକାର ଖଣ୍ଡୁଆଳ, ଇତିଶ୍ରୀ କୁମାରୀ ସ୍ବାଇଁ ଙ୍କୁ ମାନପତ୍ର ଓ ପୁରସ୍କାର ସହ ସମ୍ମାନିତ କରାଯାଇଥିବା ବେଳେ ଓ.ଇ.ଏସ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ତଥା କଞ୍ଚୁରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଜିତ୍ କୁମାର ପାଢୀଙ୍କୁ ସମ୍ମାନିତ କରାଯାଇଥିଲା ଚଳିତ ଶିକ୍ଷାବର୍ଷ ୨୦୨୨-୨୩ ରେ ସମଗ୍ର ଶେରଗଡ଼ ବ୍ଲକ୍ ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସୁଦାମ ବିଶ୍ଵାଳ,ହିଞ୍ଜିଳିକାଟୁ ବ୍ଳକରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ପ୍ରୀତିପ୍ରଭା ମହାନ୍ତି ଏବଂ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ନିବେଚିତ ହୋଇଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ଗୋଠଗାଁକୁ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କୃତ କରାଯାଇଥିଲା।ତତ୍ ସହିତ ପଞ୍ଚାୟତର ସମସ୍ତ ଗ୍ରାମରେ ବିଭିନ୍ନ କଳାରେ ଉତ୍ତମ ପ୍ରଦର୍ଶନ କରୁଥିବା କଳାକାରଙ୍କୁ ସମ୍ମାନିତ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ହୃଦାନନ୍ଦ ରଣା ମଞ୍ଚ ପରିଚାଳନା କରିଥିବା ବେଳେ ପୂର୍ବତନ ସରପଞ୍ଚ ଶିବରାମ ସେଠୀ,ପୂର୍ବତନ ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ,ସମିତିସଭ୍ୟ ପ୍ରତିନିଧି ସୂର୍ଯ୍ୟନାରାୟଣ ସ୍ୱାଇଁ,ୱାର୍ଡସଭ୍ୟ ପ୍ରଭାକର ସ୍ୱାଇଁ,ୱାର୍ଡସଭ୍ୟ ପ୍ରତିନିଧି ନିରଞ୍ଜନ ଶିଅ,ନାରାୟଣ ବେହେରା,ଅଙ୍ଗଦ ପ୍ରଧାନ,ଶିବରାମ ସ୍ୱାଇଁ,ହରିହର ପ୍ରଧାନ,ହରିକୃଷ୍ଣ ପ୍ରଧାନ,ଜୟରାମ ନାହାକ,ସିଆରସିସି ବିଶ୍ୱଜିତ ଦାସ, କବିରାଜ ନାୟକ,ଶିକ୍ଷକ ପିତବାସ ସାହୁ,ଚିନ୍ମୟ ପଟ୍ଟନାୟକ,ପପୁନ ପାଣିଗ୍ରାହୀ,ଗଗନବିହାରୀ ଗୌଡ଼ ଆଦି ସମେତ ଯୁବଗୋଷ୍ଟି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।


