ପଦ୍ମପୁର ଗ୍ରାମର ସମସ୍ୟା ସମାଧାନ ପାଇଁ ବିଡିଓ ଙ୍କୁ ଦାବିପତ୍ର

ସୋରଡା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମର ବିଭିନ୍ନ ସମସ୍ୟା ସମାଧାନ ପାଇଁ ବଡଗଡ ଗ୍ରାମର ନୀଳମାଧବ ଯୁବକସଂଘ ଆଜି ସୋରଡା ବିଡିଓଙ୍କୁ ଭେଟିବା ସହ ଲିଖିତ ଭାବେଜଣାଇଛନ୍ତି।ଶୀଘ୍ର ସମସ୍ୟା ସମାଧାନ ହେଲେ ପଦ୍ମପୁର ଗ୍ରାମବାସୀ ଉପକୃତ ହେବେ ବୋଲି ଆଶା ରଖିଛନ୍ତି।ସୋରଡା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ଏକଚାଷୀ ବହୁଳଗ୍ରାମ।ଏଠାରେ ବର୍ଷ ତମାମ ଚାଷୀମାନେ ଭିନ୍ନଭିନ୍ନଫସଲ ଆଦାୟକରିଥାନ୍ତି।ଗ୍ରାମଦେଇ ପ୍ରତିଦିନ ବଡଗଡଠାରୁ ବ୍ରହ୍ମପୁର ଅଭିମୁଖେ ତିନୋଟି ଯାତ୍ରୀ ବହି ବସମଧ୍ୟ ଯିବାସିବା କରୁଛି।ଗ୍ରାମରେ ରାସ୍ତାଘାଟ ବିଜୁଳି ଓ ପାନୀୟଜଳ ସମସ୍ୟା ଲାଗିରହିଥିବା ଏବେ ଅଭିଯୋଗହେଉଛି।ଗ୍ରାମରେଘାଗଡାବନ୍ଧତିନିଛକଠାରୁପଦ୍ମପୁରରଉଭୟପାର୍ଶ୍ଵରାସ୍ତାଅତିଶୋଚନୀୟବସ୍ତାରେରହିଛି।୧୦ ରୁ ୧୫ ବର୍ଷହେଲା ରାସ୍ତା ଅବସ୍ଥା ଦୟନିୟ ହୋଇଥିଲେ ସୁଧା ବର୍ତମାନ ଯାଏଁ କୌଣସି ପଦକ୍ଷେପ ନିଆଯାଇନାହି।ଏପରି କି ଖାଲଢିପରେ ଭରି ଏହି ରାସ୍ତାରେ ଯିବା ଆସିବା ଏବେ କଷ୍ଟହେଲାଣି।ଏବେ ବର୍ଷଋତୁ ରାସ୍ତାକାମ ଶୀଘ୍ର ନସାରିଲେ ଯାତାୟାତ ବ୍ୟାପକ ପ୍ରଭାବିତ ହେବ ବୋଲି ଅଭିଯୋଗ ହେଇଛି।ଗ୍ରାମରେ ଗୋଟିଏ ହେଲେଶ୍ମଶାନ ଗୃହନାହିଂ।ଶବଦାହ କରିବା ନେଇ ଅନେକ ସମସ୍ୟା ମଧ୍ୟ ଲାଗିରହିଛି।ଘାଗଡା ବନ୍ଧଛକ ନିକଟରେ ତିନି ରୁ ଚାରିଗୋଟି ଗ୍ରାମବାସୀ ଯାତାୟାତ କରୁଥିବା ବେଳେ ପାନୀୟଜଳର ସୁବିଧା ପାଇଁ ନଳକୂପର ଆବଶ୍ୟକତା ରହିଛି।ଅଙ୍ଗନବାଡି କେନ୍ଦ୍ର -୨ଓ୩ରେ ନଳକୂପର ବ୍ୟବସ୍ଥା କରିବା ସହ ଗ୍ରାମ ଶ୍ମଶାନ ପଡିଆରେ ମଧ୍ୟ ଏକ ନଳକୂପର ଆବଶ୍ୟକତା ରହିଛି।ପଦ୍ମପୁର ଗ୍ରାମର ସବୁସାହିରେ ଆଲୋକ ବ୍ୟବସ୍ଥାନଥିବାରୁ ପ୍ରତିଦିନ ଚୋରୀ ହେବା ଭୟ ମଧ୍ୟ ଲାଗିରହିଛି। ଗ୍ରାମରେ ଗୋଟିଏ ପାଠାଗାରଟିଏ ମଧ୍ୟନାହିଂ।ଅନେକ ଶିକ୍ଷିତ ଯୁବକ ଯୁବତୀ ଏହି ଗ୍ରାମରେ ରହିଥିଲେ ଗୋଟିଏ ପାଠାଗାର ନଥିବାରୁ ଆବଶ୍ୟକ ଜ୍ଞାନ ଆହରଣ କରିପାରୁନାହାନ୍ତି।ଏହି ସବୁ ସମସ୍ଯା ଗ୍ରାମରେ ଲାଗି ରହିଥିବାବେଳେ ଯଥା ଶୀଘ୍ର ସମାଧାନ ହେଲେ ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି ଯୁବକ ସଂଘ ଆଶାକରିଛି।ସବୁଠାରୁ ଆଲୋଚ୍ଯ ବିଷୟହେଲା ରାଜ୍ୟ ସରକାର ଠାରୁ ଆରମ୍ଭ କରି କେନ୍ଦ୍ରସରକାର ଙ୍କ ମାଳମାଳ ଯୋଜନା କାର୍ଯ୍ୟ କରୁଥିବା ବେଳେ ପଞ୍ଚାୟତ ମାନଙ୍କ ରେ ବ୍ୟାପକ ଅବ୍ୟବସ୍ଥା ଦେଖାଯିବା ଏକ ଦୁଖ ଦାୟକ ଘଟଣା।ଗଞ୍ଜାମ ଜିଲ୍ଲାପାଳ ଏଥିପ୍ରତି ସ୍ଵତନ୍ତ୍ର ଦୁଷ୍ଟୀଦେଇ ସମସ୍ୟା ସମାଧାନ କରିଲେ ସୋରଡା ବ୍ଲକ ପଦ୍ମପୁର ଗ୍ରାମବାସୀ ଉପକୃତ  ହୋଇପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ