ପୋଖରୀରେ ବୁଡିଯାଇ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଞ୍ଚୋ ଗ୍ରାମରେ ପୋଖରୀରେ ବୁଡିଯାଇ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ସୁଚନାରୁ ଜଣାଯାଇଛି ଯେ ବଞ୍ଚୋ ନାଇକ ସାହିର କରୁଣାକର ନାଇକ(୫୮) ନାମକ ଜଣେ ବ୍ୟକ୍ତି ମଧ୍ୟାହ୍ନରେ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଇବା ସମୟରେ ଅସାବଧାନତାରୁ ଗୋଡ ଖସି ଯିବାରୁ ସେ ପାଣିରେ ବୁଡିଯାଇଥିଲେ । କିଛିସମୟ ପରେ ପରିବାର ଲୋକେ ଏହା ଜାଣିବାପରେ ଗ୍ରାମବାସୀଙ୍କ ସହଯୋଗରେ ମୃତଦେହକୁ ପୋଖରୀରୁ ଉଦ୍ଧାର କରାଯାଇଥିଲା । ଖବରପାଇ ଆନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହିତ ଶବକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇ ଅଧିକ ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ