ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋଣ ନିହାତି ଆବଶ୍ୟକ । ତେଣୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ୱେଚ୍ଛାସେବୀ ସେବା କେନ୍ଦ୍ର, ଚନ୍ଦକା ଶାଖା ତରଫରୁ ଚନ୍ଦକାଠାରେ ସାଧାରଣ ଲୋକଙ୍କୁ ବୃକ୍ଷ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଚନ୍ଦକା ଥାନାର ଆଇଆଇସି ରାଧାକାନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଗଛକୁ ନେଇ ନିଜ ବାଡ଼ିରେ ଲଗାଇ ଏହାର ଠିକ୍ ଯତ୍ନ ନେବେ ବୋଲି ସାଧାରଣ ଲୋକଙ୍କୁ ବୁଝାଇଥିଲେ । ଚନ୍ଦକା ଗ୍ରାମ ପଞ୍ଚାୟତର ସରପଞ୍ଚ ଅଜୟ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଆମେ ଆମର ଚନ୍ଦକା ପଞ୍ଚାୟତକୁ ଏକ ସବୁଜ ସୁନ୍ଦର ସହିତ ପ୍ରଦୂଷଣମୁକ୍ତ ସହର କରିବା ପାଇଁ ଗଛ ଲଗାଇବା ଦରକାର ।କେନ୍ଦ୍ରର ସମ୍ପାଦକ ବାପି ନାୟକ ଯୋଗଦେଇ କହିଥିଲେ ଯେ, ଆମର ଏହା ଏକ ଛୋଟ ପ୍ରୟାସ ଯାହା ଲୋକମାନଙ୍କୁ ଗୋଟିଏ ଗଛ ମାଗଣାରେ ନିଅ ଏବଂ ଏହାର ଯତ୍ନ ନିଅ । କେନ୍ଦ୍ରର ଚନ୍ଦକା ଶାଖାର କାର୍ଯ୍ୟକ୍ରମ ସଂଯୋଜିକା ରୁପାଲି ଅପରାଜିତା ଚେମି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୋନାଲିସା ସ୍ୱାଇଁ, ସ୍ୱାଗତିକା ସେଠୀ, ଓମ୍ ଜେନା, ସୀମା ସାହୁ, ରୀମା ଲିପିନା, କଲ୍ୟାଣୀ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ