ଅବସରପ୍ରାପ୍ତ ତହସିଲଦାରଙ୍କ ପରଲୋକ

ବାଲେଶ୍ୱର, (ସରୋଜ ପଣ୍ଡା):ଅବସରପ୍ରାପ୍ତ ସଦର ତହସିଲଦାର ବସନ୍ତ ଦତ୍ତଙ୍କର ରବିବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ବୟସ ହୋଇଥିଲା । ବୟସାଧିକ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିତ ଥିଲେ । ଏକ ଘରୋଇ ହସପିଟାଲରେ ଚକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ମୃତ୍ୟୁ ଖବର ଶୁଣି ଆତ୍ମୀୟ ସଜ୍ଜନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସହଦେବଖୁଣ୍ଟା ସ୍ଥିତ ବାସଭବନରେ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୃତ୍ୟୁ ଶଯ୍ୟା ନିକଟରେ ବଡ଼ପୁଅ ଡାକ୍ତର ପ୍ରଦୀପ ଦତ୍ତ, ସାନପୁଅ ପ୍ରଣବ ଦତ୍ତ, ବୋହୂ ଲିସାରାଣୀ ଓ ଶୁଭଶ୍ରୀ,ଝିଅ ଜୟଶ୍ରୀ ଓ ଶୁଭଶ୍ରୀ, ଜ୍ୱାଇଁ ଡ. ଦିଗବିଜୟ ଗିରି, ନାତୁଣୀ ଜ୍ୱାଇଁ ଯୁବ ସଂଗଠକ ଧୀରେନ ନାୟକଙ୍କ ସମେତ ନାନି ନାତୁଣୀମାନେ ଉପସ୍ଥିତ ଥିଲେ । ଏକ ଶୋକାକୂଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବ ବେଳେ ବଡ଼ପୁଅ ପ୍ରଦୀପ ମୁଖାଗ୍ନି ଦେଇଥିଲେ । ଜଣେ ମେଳାପୀ, ଦରଦୀ ତଥା ଅନୁଷ୍ଠାନ ପ୍ରିୟ ବ୍ୟକ୍ତିତ୍ୱ ଭାବେ ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ