ବାଲେଶ୍ୱରରେ ଜାତୀୟ ମତ୍ସ୍ୟଚାଷୀ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା ମତ୍ସ୍ୟ ବିଭାଗ ପକ୍ଷରୁ ଜାତୀୟ ମତ୍ସ୍ୟ ଚାଷୀ ଦିବସ ସ୍ଥାନୀୟ ସଦଭାବନା ସଭାଗୃହରେ ସୋମବାର ପାଳିତ ହୋଇଯାଇଛି । ବାଲେଶ୍ୱର ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ବାଲେଶ୍ୱରକୁ ବଳକା ଜିଲା ଭାବେ ପ୍ରମାଣିତ କରିବା ପାଇଁ ଚାଷୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ । ବିଶେଷ କରି ମତ୍ସ୍ୟ ଉତ୍ପାଦନରେ ଅଧିକରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରି ସେମାନଙ୍କ ଆର୍ôଥକ ମାନଦଣ୍ଡ ବୃଦ୍ଧି ସେ କହିଥିଲେ । ଉପ-ମତ୍ସ୍ୟ ନିର୍ଦେଶକ ଦୀପ୍ତି କୁମାର ମହାପାତ୍ର, ଜିଲା ମୁଖ୍ୟ କୃଷି ଅଧିକାରୀ ସରୋଜ କୁମାର ମହାପାତ୍ର, ଜିଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଡାକ୍ତର ବନମାଳି ସାହୁ, ଉଦ୍ୟାନ ବିଭାଗ ଉପ-ନିର୍ଦେଶକ ତପନ କୁମାର ମହାନ୍ତି, ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକ ଶିବ ଚରଣ ସେଠୀ, ଜିଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ ବିଶ୍ୱଜିତ ଶତପଥୀ, ନାବାର୍ଡ ଡିଡିଏମ ଟପ୍ସ ରଞ୍ଜନ ପ୍ରଧାନ, ଏମକେୟୁୱାଇ ଜିଲା ସଂଯୋଜକ ଅଭିଜିତ ପାଢ଼ୀ, ଅତିରିକ୍ତ ମତ୍ସ୍ୟ ଅଧିକାରିଣୀ ସି ଏଚ ପଲ୍ଲବୀ ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲା ମତ୍ସ୍ୟ ଅଧିକାରୀ ଜିତେନ୍ଦ୍ର କୁମାର ବେହେରା ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ଜାତୀୟ ମତ୍ସ୍ୟ ଚାଷୀ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ମତ୍ସ୍ୟଚାଷ କ୍ଷେତ୍ରରେ ସଫଳତା ପ୍ରଦର୍ଶନ କରିଥିବା ଅଗ୍ରଣୀ ଚାଷୀଙ୍କ ସମେତ ଏସଏଚଜିଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ମୀରାମ୍ବିକା ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲାର ଅଗ୍ରଣୀ ମତ୍ସ୍ୟ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ମତ୍ସ୍ୟ ଉଦ୍ୟୋଗୀ ଏବଂ ମତ୍ସ୍ୟ ଜାଆଁଳ ଉତ୍ପାଦକ ଏହି କାର୍ଯ୍ୟକ୍ରମରେ ଉପସ୍ଥିଥିଲେ ।