ପୁରୁଷୋତ୍ତମ ବିଶ୍ୱାଳ ଓ ପ୍ରଶାନ୍ତ ରଞ୍ଜନ ପଟ୍ଟନାୟକଙ୍କୁ ଗଙ୍ଗାଧର ମହାପାତ୍ର ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟ ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ଚଳିତବର୍ଷ ଓଡ଼ିଶାର ବିଶିଷ୍ଟ ଆଇନଜୀବୀ ବାଲେଶ୍ୱରର ପୁରୁଷୋତ୍ତମ ବିଶ୍ୱାଳ ଓ ଭୁବନେଶ୍ୱରର ପ୍ରଶାନ୍ତ ରଞ୍ଜନ ପଟ୍ଟନାୟକଙ୍କୁ ଗଙ୍ଗାଧର ମହାପାତ୍ର ସ୍ମୃତି ସମ୍ମାନ-୨୦୨୩ ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନର ଆଜୀବନ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ।ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିର ନିଷ୍ପତ୍ତି କ୍ରମେ ଶ୍ରୀ ବିଶ୍ୱାଳ ଓ ଶ୍ରୀ ପଟ୍ଟନାୟକଙ୍କୁ ଆସନ୍ତା ୧୪ ତାରିଖ ଦିନ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ ଆଇନଜ୍ଞ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ୧୧୦ତମ ଜୟନ୍ତୀ ଉତ୍ସବରେ ଭୁବନେଶ୍ୱର ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଏହି ସମ୍ମାନ ପ୍ରଦାନ କରାଯିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୨୫ବର୍ଷ ଧରି ଆଇନ୍ କ୍ଷେତ୍ରରେ ଜୀବନବ୍ୟାପୀ ସେବା ପାଇଁ ଏହି ସମ୍ମାନ ପୂର୍ବରୁ ବାରିଷ୍ଟର ଗୋବିନ୍ଦ ଦାସ, ଗଙ୍ଗାଧର ରଥ, ଭୂପେନ ଚନ୍ଦ୍ର ବୋଷ, ବସନ୍ତ ପାଣିଗ୍ରାହୀ, ବିପିନ ବିହାରୀ ରଥ, ଦିବ୍ୟସିଂହ ମିଶ୍ର, ମନୋରଞ୍ଜନ ମହାନ୍ତି, ଗଣେଶ୍ୱର ମିତ୍ର ଓ ଦେବୀ ପ୍ରସାଦ ଧଳ ପ୍ରମୁଖଙ୍କୁ ପ୍ରଦାନ କରାଯାଇଛି । ବୁଧବାର ଅନୁଷ୍ଠିତ ବୈଠକରେ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର, ଉମାବଲ୍ଲଭ ମହାପାତ୍ର, ଦୁଃଖିଶ୍ୟାମ ଦାସ, ସୀତା ବଲ୍ଲଭ ମହାପାତ୍ର, ଡଃ ମନୋଜ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୁବକ ଯୁବତୀମାନଙ୍କୁ ଉତ୍ସାହିତ କରିବା ପାଇଁ ଚଳିତ ବର୍ଷଠାରୁ ୫ଜଣ ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି । ସେମାନେ ହେଲେ ଭୁବନେଶ୍ୱର ପୌର ନିଗମର ପୂର୍ବତନ କର୍ପୋରେଟର ନରେନ କୁମାର ସାହୁ, ଶ୍ରୀମତୀ ନିବେଦିତା ଭଞ୍ଜ, ନାରାୟଣ ଚନ୍ଦ୍ର ଓଝା, ବିଶ୍ୱଜିତ ପଟ୍ଟନାୟକ ଓ ବରୁଣ ରାଜ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ