ବିଦ୍ୟାଳୟ ପାର୍ଶ୍ଵରେ ବେଆଇନ ଦେଶୀ ମଦବିକ୍ରି କୁ ବିରୋଦ୍ଧ କରି ରାସ୍ତା ଅବରୋଧ କଲେ ଶତାଧିକ ମହିଳା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଅବାଧ ମଦ ବିକ୍ରୀ ଗାଁ ଗହଳି ରେ କିଛିଦିନ ଧରି ସାନଖେମୁଣ୍ଡି ଅଞ୍ଚଳ ରେ ବେଆଇନ ଦେଶୀମଦ ବିକ୍ରି ବୃଦ୍ଧି ପାଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଂଚଳ ରେ ଜନସାଧାରଣ ନାନାଦି ଅସୁବିଧା ସମ୍ମୁଖୀନ ହୋଇ ପ୍ରତିବାଦ କରିବାର ନଜିର ରହିଛି I ପ୍ରଶାସନ ପାଖରେ ଅଭିଯୋଗ କରିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଲୋକ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ଓ ଲୋକେ ରାସ୍ତା କୁ ଓଲ୍ହାଇବାକୁ ବାଧ୍ୟ ହେଉଛନ୍ତି I ଅବକାରୀ ବିଭାଗ ର ନିଷ୍କ୍ରିୟତା ଯୋଗୁଁ ଅଞ୍ଚଳରେ ଅରାଜକତା ବଢୁଛି।ଘରୁ ବାହାରକୁ ବାହାରିବାକୁ ମହିଳା ଯୁବତୀ ମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଯାହାଫଳରେ ରାଜ ରାସ୍ତାକୁ ଅବରୋଧ ଆନ୍ଦୋଳନ ଓହ୍ଲାଇଛନ୍ତି ମହିଳାମାନେ।ଘଟଣା ଅନୁଯାୟୀ ସ୍ଥାନୀୟ ଥାନା ଡେଙ୍ଗାଡ଼ି ର ରଂଗୁଣୀ ଛକ ସାହି ରେ କିଛିଦିନ ହେବ ବିଭିନ୍ନ ସରକାରୀ ଲାଇନ୍ସଶେସ ପ୍ରାପ୍ତ କିଛି ପଟାଦାର ଙ୍କ ଠାରୁ ନିମ୍ନ ମାନ ର ଦେଶୀ ମଦ କୁ ସ୍ଥାନୀୟ ଗ୍ରାମର ଜୈନିକ ବ୍ୟକ୍ତି ପଟାଦାର ଭାବେ ଉକ୍ତ ସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପାର୍ଶ୍ଵରେ ବିକ୍ରି କରୁଥିଲେ। ବୋଲି ସୂଚନା ମିଳିଛି I ଗାଁ ପାଖରେ ଏହି ମଦ ମିଳୁଥିବାରୁ ସେଠାରେ ବିକ୍ରି ମଧ୍ୟ ଅଧିକ ହେଉଥିଲା ଓ ବିଦ୍ୟାଳୟ ନିକଟରେ ଗହଳି ଲାଗିରହୁଥିଲା ଓ ସେଠାର ପରିବେଶ ଦିନକୁ ଦିନ ଖରାପ ଗତି କରୁଥିବାର ଲକ୍ଷ କରି ଲୋକ ମାନେ ନିଜ ପିଲା ମାନଙ୍କୁ ବିଦ୍ୟାଳୟ କୁ ଛାଡିବାକୁ ଉଚିତ ମଣୁନଥିଲେ I ଏହିକ୍ରମ ରେ ସ୍ଥାନୀୟ ରଂଗୁଣୀ ଛକ ସହି ର ଲୋକ ମାନେ ପ୍ରତିବାଦ କରିଥିଲେ ଓ ସୁଫଳ ନ ମିଳିବାରୁ ପାଟପୁର ପୋଲିସ ଥାନା ଓ ଦିଗପହଣ୍ଡି ଅବକାରୀ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ପାଟପୁର ପୋଲିସ ପକ୍ଷରୁ ବ୍ୟାପକ ଚଢାଉ ହେଉଥିଲେ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହେଉଛି। I କିନ୍ତୁ ମୁଖ୍ୟ ପଟାଦାର ଙ୍କ ଚାପ ରେ ପ୍ରଶାସନ କିଛି ପଦକ୍ଷେପ ନେଇ ନଥିବା ଅଭିଯୋଗ ଶୁଣିବାକୁ ମିଳିଛି । ଯାହାକୁ ନେଇ ଅଂଚଳ ରେ କିଛିଦିନ ହେବ ଚାପା ଉତ୍ତେଜନା ଲାଗି ରହିଥିଲା I ଗତକାଲି ଉକ୍ତ ଗ୍ରାମ ବାସିନ୍ଦା ଙ୍କ ଏକ ବୈଠକ ଦ୍ୱାରା ରାସ୍ତା ଅବରୋଧ କରି ପ୍ରତିବାଦ କରିବାକୁ ନିଷ୍ପତ୍ତି ହୋଇଥିଲା
ଓ ସକାଳ ସମୟ ରେ ଶତାଧିକ ମହିଳା ଜଗନ୍ନାଥପୁର -ହିଞ୍ଜିଳି କାଟୁ ମୁଖ୍ୟରାସ୍ତା କୁ ଟାୟାର ଜାଳି ଅବରୋଧ କରିବା ସହିତ ମୁଖ୍ୟରାସ୍ତା କଡ଼ ରେ ବିଦ୍ୟାଳୟ ନିକଟରେ ନିମ୍ନମାନ ଦେଶୀମଦ ର ଏହି ବେଆଇନ କାଉଣ୍ଟର କୁ ବନ୍ଦ କରିବାକୁ ଦାବୀ କରିଥିଲେ ଓ ରାସ୍ତା ଉପରେ ହଣ୍ଡା, ହାଣ୍ଡି ଆଣି ରୋଷେଇ କରିବାକୁ ରାସ୍ତାରେ ବସିବା ଫଳ ରେ ବହୁ ସମୟ ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା ଓ ଲୋକ ମାନେ ବହୁତ ଅସୁବିଧା ର ସମ୍ମୁଖୀନ ହୋଇଥିଲେ ଘଟଣାସ୍ଥଳ କୁ ପାଟପୁର ପୋଲିସ ଏସ ଆଈ ଶ୍ରୀନିବାସ ଦାସ ଏସ ଆଈ ମିଲନ ପ୍ରଧାନ ଏବଂ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପହଂଚି ଅନୁଧ୍ୟାନ କରିବା ସହିତ ଦୋକାନ କୁ ପୋଲିସ ନିଜେ ହଟାଇବା ପରେ ରାସ୍ତାରୁ ମହିଳାମାନେ ଆନ୍ଦୋଳନରୁ ଓହରିଥିଲେ । ଆଗାମୀ ଦିନ ରେ ମଦବିକ୍ରି ବନ୍ଦ କରିବାକୁ ପ୍ରତିଶୃତି ମିଳିଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଗ୍ରାମ ର ଶତାଧିକ ମହିଳା ଯୋଗ ଦେଇଥିବାବେଳେ କୁନା ମହାରଣା, , ମିଟୁ ମାହାଙ୍କୁଡ, ରାମକୃଷ୍ଣ ପାତ୍ର, ଅରାଜ୍ୟ ବାଡ଼ତ୍ୟା, ଶ୍ରୀଧର ସ୍ୱାଇଁ, ଡ୍ରାଇଭର ପ୍ରଧାନ, ଶିବରାମ ଲେଙ୍କା, ପିଣ୍ଟୁ ବାଡତ୍ୟା, ଟୁଲୁ ସ୍ୱଂସିଆ, ପ୍ରଭାକର ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ I ସାନଖେମୁଣ୍ଡି ଅଂଚଳ ରେପୁନଶ୍ଚଏଭଳିବେଆଇନଭାବେ,ପେଟି ଲାଇନସେସଧାରୀ ଙ୍କ ଦ୍ୱାରା ସର୍ବସାଧାରଣ ସ୍ଥାନରେ ମଦବିକ୍ରି ହେଲେ ଆଗାମୀ ଦିନ ରେ ଜନଆନ୍ଦୋଳନ ମାଧ୍ୟମ ରେ ଜବାବ ଦିଆଯିବ ବୋଲି ବାମପନ୍ଥୀ ନେତା ପ୍ରତାପ ପ୍ରଧାନ ଦାବୀ କରିଛନ୍ତି I


