ମୁମ୍ବାଇ ରେ ଶ୍ରମିକ ର ଦୁଇ ହାତକଟା ଘଟଣା ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଙ୍କ ରିପୋର୍ଟ ତଲବ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଡହଲପଡ଼ି ର ଜଣେ ଶ୍ରମିକ କାମ କରିବା ପାଇଁ ମୁମ୍ବାଇ ଯାଇଥିବା ବେଳେ ସେଠାରେ ଦୁଇ ହାତ କଟି ଘରକୁ ଫେରିବା ଘଟଣା ଦିନକୁ ଦିନ ଜଟିଳ ହେବା ରେ ଲାଗିଛି। ଘଟଣା ସଂପର୍କରେ ନୂଆଦିଲ୍ଲୀ ସ୍ଥିତ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ପକ୍ଷରୁ ଘଟଣା କୁ ଗୁରୁତର ସହ ନେଇ ଘଟଣା ର ସବିଶେଷ ରିପୋର୍ଟ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ଙ୍କୁ ମାଗିଛନ୍ତି। ଏ ସଂପର୍କ ରେ ଏକ ଟିମ ଗୁରୁବାର ଦିନ ସହକାରୀ ଲେବର କମିଶନର ନିରଞ୍ଜନ ଜେନାଙ୍କ ନେତୃତ୍ବରେ ଦୁଇ ଜଣିଆ ଟିମ ଉକ୍ତ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି l ତଦନ୍ତ ପାଇଁ ବାଲିଗୁଡ଼ା ଆସି ଦୁଇ ହାତ କଟିଥିବା ବାଲିଗୁଡା ଥାନା ଅଧୀନସ୍ତ ଡହଲପଡ଼ି ଠାରେ ରହୁଥିବା ଅଙ୍ଗଦ ମଳିକ ଙ୍କ ପରିବାର କୁ ଭେଟି ଘଟଣା ସଂପର୍କ ରେ ସବିଶେଷ ରିପୋର୍ଟ ସଂଗ୍ରହ କରି ସରକାରଙ୍କ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସହକାରୀ ଲେବର କମିଶନର ଶ୍ରୀ ଜେନା ପ୍ରକାଶ କରିଛନ୍ତି l କିଛି ଦିନ ପୂର୍ବେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଉକ୍ତ ପରିବାର ଲୋକଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ଉକ୍ତ ପରିବାରକୁ ୨୦ଲକ୍ଷ କ୍ଷତି ପୂରଣ ପ୍ରଦାନ ପାଇଁ ଦାବୀ କରିଥିଲେ। ସୂଚନା ଯୋଗ୍ୟ ଯେ, ଏପ୍ରିଲ ୨୭ ତାରିଖ ରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଙ୍କ ସହାୟତା ରେ ଅଙ୍ଗଦ ମଳିକ ମହାରାଷ୍ଟ୍ର ର ମୁମ୍ବାଇ କୁ ଯାଇ ଶ୍ରମିକ ଭାବେ କାମ କରିବା ପାଇଁ ଆଠ ହଜାର ଟଙ୍କା ଅଗ୍ରିମ ନେଇ ବାହାରି ଥିଲେ। କିନ୍ତୁ ସେଠାକୁ ଯିବା ପରେ ଅଙ୍ଗଦ ର କୌଣସି ସୂଚନା ମିଳିନଥିବାରୁ ପରିବାର ଲୋକ ବାଲିଗୁଡ଼ା ଥାନା ରେ ଏତଲା ଦେଇଥିଲେ। ଏତଲା କୁ ଭିର୍ତ୍ତି କରି ବାଲିଗୁଡା ପୁଲିସ ତଦନ୍ତ ପରେ ଅଙ୍ଗଦ ଗୁଜୁରାଟ ରେ ଏକ ଘରୋଇ ସ୍ଵେଚ୍ଛାସେବୀ ଅନୁଷ୍ଠାନରେ ରହି ଚିକିତ୍ସା ହେଉଥିବା ସୂଚନା ପାଇଥିଲା l ଏହା ପରେ ପରିବାର ଲୋକେ ଅଙ୍ଗଦକୁ ଯାଇ ଆଣିଥିଲେ। ସେତେ ବେଳେ ଅଙ୍ଗଦ ର ଦୁଇ ହାତ କଟି ଯାଇଥିବା ଦେଖି ସ୍ତବ୍ଧ ହୋଇ ଯାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ