କଳା ବ୍ୟାଚ ପିନ୍ଧି ପ୍ରତିବାଦ କଲେ ଗ୍ରାମ୍ୟ କୃଷି କର୍ମଚାରୀ
ଛତ୍ରପୁର, (ଦେବଦତ୍ତ ମହାରଣା):ବିଭିନ୍ନ ଦାବି ନେଇ ଗ୍ରାମ୍ୟ କୃଷି କର୍ମଚାରୀ ମାନେ କଳା ବ୍ୟାଚ ପିନ୍ଧି ଧାରଣା କୁ ଓହ୍ଲାଇଛନ୍ତି l ଗ୍ରାମ୍ୟ କୃଷି କର୍ମଚାରୀ ବଦଳରେ କୃଷି ସାମ୍ପ୍ରସାରଣ ଅଧିକାରୀ, ଗ୍ରେଡ ପେ ୨୦୦୦ ଟଙ୍କାରୁ ୪୨୦୦ ଟଙ୍କା କୁ ବୃଦ୍ଧି, ଚୁକ୍ତି ଭିତ୍ତିକ ବ୍ୟବସ୍ଥା ଉଛେଦ ସହ ୬ ବର୍ଷ ଚୁକ୍ତି ଭିତ୍ତିକ ସମୟ ସୀମା କୁ ମୂଳ ଚାକିରୀରେ ଗଣନା. ଚାକିରୀ କାଳ ମଧ୍ୟରେ ୩ ରୁ ୪ ଗୋଟି ପଦୋନ୍ନତି. ଗ୍ରାମ ପଞ୍ଚାୟତ ରେ କାର୍ଯ୍ୟାଳୟ ସହ କମ୍ପୁଟର ପ୍ରଦାନ. ଗ୍ରାମ୍ୟ କୃଷି କର୍ମଚାରୀଙ୍କ ସଂଶୋଧିତ ଜବ ଚାର୍ଟ ଘୋଷଣା କରିବା ଦାବି ନେଇ ଛତ୍ରପୁର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଗ୍ରାମ୍ୟ କୃଷି କର୍ମଚାରୀ ସଂଘ, ଗଞ୍ଜାମ ଶାଖା ର ସମ୍ପାଦକ ଶ୍ରୀ ବୈରାଗୀ ସ୍ୱାଇଁ, ମୌସୁମୀ ବେହେରା, ନିହାରିକା ପଣ୍ଡା ଓ ଏସ. ରୋଜାଲିନ ପାତ୍ର କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିଛନ୍ତି l


