ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣୀ ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା) : “ ୧୦୦ ଦିନ କାମ ଯୋଗାଇବାରେ ଭିକାରୀପଲ୍ଲୀ ପଞ୍ଚାୟତ ପ୍ରଥମ ““ଛତ୍ରପୁର, ୧୫/୦୭ : ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଶନିବାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ପଞ୍ଚଦଶ କମିଶନଯୋଜନା ର ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଓ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଡଃ ରବିନ୍ଦ୍ର ନାଥ ମଲାଣ ଯୋଗ ଦେଇ ୨୦୨୩-୨୪ ଆର୍ଥିକ ବର୍ଷ ର ସାମାଜିକ ସମୀକ୍ଷା ଅବଧି ୧ ଅକ୍ଟୋବର ୨୦୨୨ ଠାରୁ ୩୧ ମାର୍ଚ୍ଚ ୨୦୨୩ ଏବଂ ୨୦୨୦/୨୧ ଠାରୁ ୨୦୨୨/୨୩ ପଞ୍ଚଦଶ କମିଶନଯୋଜନା କାର୍ଯ୍ୟର ସମୀକ୍ଷା କରିଥଲେ । ଏହି ଅବସରରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଏବିଡିଓ ଜୟଶ୍ରୀ ନାୟକ ଙ୍କ ସମେତ ବହୁ ଜନ ପ୍ରତିନିଧି, ସରକାରୀ କର୍ମଚାରୀ, ମୃତ୍ତିକା ସଂରକ୍ଷଣ, ବନ ବିଭାଗ ଏବଂ କୃଷି ଉଦ୍ୟାନ, କାଡା ବିଭାଗଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ୨୦୨୩-୨୦୨୪ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ଉନ୍ନୟନ କାର୍ଯ୍ୟର ବ୍ୟୟବରାଦ ଉପରେ ଅଧିକାରୀ ମାନେ ଆଲୋକପାତ କରିଥିଲେ । ଛତ୍ରପୁର ବ୍ଲକର ୧୮ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ଭିକାରୀପଲ୍ଲୀ ୩୭୭ପରିବାର କୁ ୧୦୦ ଦିନ କାମ ଯୋଗାଇଦେବାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସମସ୍ତେ ପ୍ରଶଂସା କରିିଥିଲେ । ଉଦ୍ୟାନ , କାଡା ଠାରୁ ଆରମ୍ଭ କରି ବିଭିନ୍ନ ଲାଇନ ଡିପାଟମେଟ୍ ର ଅଧିକାରୀ ମାନେ ପଞ୍ଚାୟତ ପ୍ରତିନିଧୀଙ୍କ କୈାଣସି କାମ ବିଷୟରେ ଆଲୋଚନା କରୁ ନାହାଁନ୍ତି ଏବଂ ଲାଇନ ଡିପାଟମେଟର ଅଧିକାରୀ ମାନଙ୍କୁ ସେମାନେ ଚିହ୍ନି ନାହାଁନ୍ତି ବୋଲି ଭିକାରୀପଲ୍ଲୀ ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି ,ଟାଙ୍ଗଣାପଲ୍ଲୀ ସରପଞ୍ଚ ବି. ସୁଦାମ ଓ ପୋଟଲାମପୁର ସରପଞ୍ଚ ନୀରଜଂନ ପ୍ରଧାନଙ୍କ ସମେତ ବହୁଜନପ୍ରତନିଧି ମାନେ ଗୃହରେ ଅଭିଯୋଗ କରିଥିଲେ । ଯେଉଁ ପଞ୍ଚାୟତ ଗୁଡିକରେ ଜବକାର୍ଡଧାରୀ କିଛି କାମ କରୁ ନାହାଁନ୍ତି ସେମାନଙ୍କ କାର୍ଡ ଗୁଡିକୁ ଡିଲିଟ୍ କରାଯାଉ ଏବଂ ଯେଉଁ ଶ୍ରମିକମାନେ କାମ କରୁଛନ୍ତି ସେମାନଙ୍କ ନାମ ଜବକାର୍ଡରେ ସଂଯୋଗ କରାଯାଉ ବୋଲି ପୋଟ୍ଟଲାମପୁର ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ ଛତ୍ରପୁର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରାରମ୍ଭରେ ଛତ୍ରପୁର ବ୍ଲକର ଏପିଓ ସନ୍ତୋଷିନୀ ପାତ୍ର ୨୦୨୩-୨୪ ଆର୍ଥିକ ବର୍ଷର ବିବରଣୀ ପ୍ରଦାନ କରିବା ସହ ୧୮ ଟି ପଂଚାୟତରେ ହୋଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଛତ୍ରପୁର ବ୍ଲକର ୧୮ ଟି ପଂଚାୟତରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନିମନ୍ତେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବାବଦରେ ୮୪୭.୩ ଲକ୍ଷ ଖର୍ଚ୍ଚ ହୋଇଥିବା ସୂଚନା ମିଳିଥିବା ବେଳେ ଏଥି ନିମନ୍ତେ ୬୮୯ ଟି ପ୍ରକଳ୍ପ ହାତକୁ ନିଆଯାଇଛି । ସେଥି ମଧ୍ୟରୁ ୪୭୧ ଟି ପ୍ରକଳ୍ପର କାର୍ଯ୍ୟ ଚାଲିଥିବା ବେଳେ ୨୧୮ ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ