ବାଲିବରେଇ ପଞ୍ଚାୟତରେ ମନରେଗା ଦୁନ୍ନିତୀର ତଦନ୍ତ କଲେ ଲୋକାୟୁକ୍ତ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଲିବରେଇ ପଞ୍ଚୟେତରେ ମନରେଗା ଯୋଜନା ଓ ଆବାସ ଯୋଜନାରେ ଦୁନ୍ନିତୀ ହୋଇଥିବା ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହେବାପରେ ଦୁଇଦିନ ଧରି ଲୋକାୟୁକ୍ତଙ୍କ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି । ବାଲିବରେଇ ପଞ୍ଚାୟତରେ ଥିବା ବାଲିବରେଇ ଖେଳପଡିଆର ଉନ୍ନତିକରଣ ଓ ଆବାସ ଯୋଜନାରେ ବ୍ୟାପକ ଦୁର୍ନ୍ନିତୀ ହୋଇଥିବା ନେଇ ପଞ୍ଚାୟତର କିଛି ବ୍ୟକ୍ତି ୨୦୨୨ରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ । ଅନେକ ପ୍ରକଳ୍ପ କାର୍ଯ୍ୟ ହୋଇନଥିବାବେଳେ ମିଥ୍ୟା ବିଲ୍ କରି ଯଙ୍କା ଉଠାଇ ନିଆଯାଇଥବବାବେଳେ ମିଥ୍ୟା ମଷ୍ଟରରୋଲରେ ଶ୍ରମିକ ମାନଙ୍କ ଟଙ୍କା ଉଠାଯାଇ ହଡପ କରାଯାଇଥିବା ନେି ଅଭିଯୋଗ ହୋଇଥିଲା । ଏପରିକି ଅନେକ ଖଣିକ୍ଷତିଗ୍ରସ୍ତ ବିଜୁ ପକ୍କାଘରରେ ବ୍ୟାପକ ଅନିୟମିତତା ହୋି ଲକ୍ଷଲକ୍ଷ ଟଙ୍କା ହରିଳୁଟ ହୋିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ଲୋକାୟୁକ୍ତଙ୍କ ପକ୍ଷରୁ ଜୁଲାଇ ୧୪ ଓ ୧୫ତାରିଖ ଦୁଇଦିନ ଧରି ପ୍ରାଥମିକ ତଦନ୍ତ କରାଯିବ ବୋଲି ଲୋକାୟୁକ୍ତ ୧୨/୦୭/୨୦୨୩ରେ ହାଟଡିହି ବିଡିଓଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ । ଲୋକାୟୁକ୍ତଙ୍କ ଜଣେ ଅଧିକାରୀ ସୁନିଲ ପଟ୍ଟନାୟକ ଗତକାଲି ପଞ୍ଚାୟତରେ ପହଞ୍ଚି ବିଭିନ୍ନ ଗ୍ରାମରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡିକୁ ଦେଖିବା ସହିତ ଅଭିଯୋଗକାରୀ ମାନଙ୍କୁ ପଚାରିଥିଲେ । ଅଧିକାଶଂ ଅଭିଯୋଗକାରୀ ଅଭିଯୋଗ କରିବାକୁ ଆସିନଥିବାବେଳେ ଅଳ୍ପ କିଛି ଅଭିଯୋଗକାରୀ ସେମାନଙ୍କ ତଥ୍ୟ ପ୍ରଦାନ କରିଥିବା ଜଣାଯାଇଛି । ଲୋକାୟୁକ୍ତଙ୍କ ଅଧିକାରୀଙ୍କ ସହିତ କନିଷ୍ଠଯନ୍ତ୍ରୀ, ପଞ୍ଚାୟତର ଜିଆରଏସ ଓ କର୍ମଚାରୀ ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକଳ୍ପକୁ ବୁଲି ଦେଖାଇଛନ୍ତି । କିନ୍ତୁ ପ୍ରକଳ୍ପର ଫାଇଲ ଗୁଡିକ ପଞ୍ଚାୟତରେ ନଥିବାରୁ ଫାଇଲ ଗୁଡିକ ଦେଖାଇ ପାରିନଥିଲେ । ବାଲିବରେଇ ଖେଳପଡିଆର ପାଚେରୀ ନିର୍ମାଣ ନହୋଇ ମଧ୍ୟ ବିଲ ହୋଇଥିବା ଜଣେ ବ୍ୟକ୍ତି ଅଭିଯୋଗ କରିବାରୁ ତାଙ୍କୁ ଦୁର୍ନ୍ନିତୀରେ ଲିପ୍ତ କିଛି ବ୍ୟକ୍ତିଙ୍କ ପକ୍ଷରୁ ଜୀବନରେ ମାରିଦେବାକୁ ଟେଲିଫୋନରେ ଧମକ ମଧ୍ୟ ଦିଆଯାଇତବବା ଅଭିଯୋଗ ହୋଇଛି । ଫଳରେ ଅଭିଯୋଗକାରୀ ମାନେ ଅଭିଯୋଗ କରିବାକୁ ସାହାସ ଯୁଟାଇ ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ।


