ଶାଳକଣିଆଁ ଗ୍ରାମ୍ୟ ରାସ୍ତା ଶୋଚନୀୟ, ଶୁଣୁନି ପଞ୍ଚାୟତ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତର ।ାଳକଣିଆଁ ଗ୍ରାମ୍ୟ ରାସ୍ତାଟି ବିପର୍ଯ୍ୟସ୍ଥ ହୋଇପଡିଛି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ପଞ୍ଚାୟତର ସରପଞ୍ଚ ଏବଂ ପିଇଓଙ୍କୁ କୁହାଯାଉଥିଲେ ମଧ୍ୟ ରାସ୍ତା ମରାମତିର ନାଁ ଗନ୍ଧ ଧରୁନାହାନ୍ତି ବୋଳି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ରାସ୍ତାଟି ଉପରେ ୫୦ରୁ ଉର୍ଦ୍ଧ ପରିବାର ଚଳପ୍ରଚଳ କରୁଥିବାବେଳେ ସାମାନ୍ୟ ବର୍ଷାରେ ରାସ୍ତାର ଅବସ୍ଥା ବେହାଲ ହୋଇପଡିଛି । ଲୋକମାନେ ଘରୁ ବାହାରି ପାରୁ ନାହାନ୍ତିୠତ କିଛିଦିନ ପୁର୍ବେ ପାଖରେ ଏକ ମନରେଗା ଯୋଜନାର କାର୍ଯ୍ୟ ହେଉଥିବାବେଳେ ବହୁତ ଗୁଡିଏ ଟ୍ରାକ୍ଟର ଦିନରାତି ଯିବାଆସିବା କରିବାଦ୍ୱାରା ରାସ୍ତାଟି ନଷ୍ଟ ହୋଇଯାଇଥିଲା । ତେଣୁ ଗ୍ରାମବାସୀମାନେ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତି କିଛି ମୋରମ ପକାଇବାକୁ ଅନୁରୋଧ କରିଥିଳେ । ମାତ୍ର ସରପଞ୍ଚ କୌଣସି ପଦକ୍ଷେପ ନନେବାରୁ ଲଘୁଚାପ ବର୍ଷାରେ ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇପଡିଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଚନ୍ତି । ହାଟଡିହି ବ୍ଲକର ବିଡିଓ ଏନେଇ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ