ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବାଙ୍କବଜାର ସ୍ଥିତ ପଟେଲ ରୋଡ୍ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟନାରାୟଣ ସାହୁଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା,ଏ.ବି.ଇ.ଓ ପ୍ରତିଭା କୁମାରୀ ରଥ,ସି.ଆର.ସି.ସି ରମେଶ କୁମାର ପାଣିଗ୍ରାହୀ,ବିଦ୍ୟାଳୟ ଉପଦେଷ୍ଟା ଭି.ଦେବୀ ପ୍ରସାଦ ପାତ୍ର, ପୁର୍ବତନ କାଉନସିଲର ତଥା ସଙ୍ଗଠକ କେ.ଜିତେନ୍ଦ୍ର ସୁବୁଦ୍ଧି, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ଜେନା, ଗୋଷ୍ଠୀ ସହଯୋଗୀ ପ୍ରକାଶ କୁମାର ଡାକୁଆ ପ୍ରମୁଖ ମଞ୍ଚାସୀନ ଥିଲେ । ରାଜ୍ୟ ସରକାର ସରକାରୀ ଶିକ୍ଷାକୁ ସଫଳ ରୁପାୟନ କରିବା ଓ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟଭିମୁଖି କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏହାକୁ ସଠିକ୍ ଭାବେ ପରିଚାଳନା କରି ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଅତିଥି ମାନେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ନୂତନ ପୋଷାକ ବିତରଣ କରାଯାଇଥିଲା । ବିଭିନ୍ନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷୟିତ୍ରୀ ଅଳକା ପ୍ରଧାନ ଓ ଗାୟତ୍ରୀ ବେହେରା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ