୧୧ନଂ ୱାର୍ଡର ଉନ୍ନୟନ କାର୍ଯ୍ୟ ଦେଖିଲେ ବିଧାୟକ ଏବଂ ଗଛ ଲଗାଇ ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଗୁରୁବାର ଏନଏସି ଅନ୍ତର୍ଗତ ୧୧ନଂ ୱାର୍ଡ ର ସାହି କୁ ସାହି ଯାଇ ଲୋକଙ୍କ ସମସ୍ୟା ବୁଝିବା ସହିତ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ବୁଲି ଦେଖିଥିଲେ, ଏହା ସହିତ ଲୋକଙ୍କ ଆବଶ୍ୟକ ଅନୁଯାୟୀ ଡ୍ରେନ, ରୋଡ଼ ଏବଂ କିଛି କାର୍ଯ୍ୟ ସମ୍ପର୍କ ରେ ସାହିବାସିନ୍ଦା ମାନେ ବିଧାୟକ ଶ୍ରୀ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ,ପ୍ରଥମେ ବିଧାୟକ ଶ୍ରୀ ବେହେରା ୱାର୍ଡର ଜଗନ୍ନାଥବିହାର ସାହି ରୁ (ଦ୍ଵିତୀୟ ଗଳି, ପ୍ରଥମ ଗଳି ), ଆରମ୍ଭ କରି ସତ୍ୟବାଦୀନଗର ର (ପ୍ରଥମ ଗଳି ଓ ଦ୍ୱିତୀୟ ଗଳି ) ଏବଂ ଏକ୍ରାମନଗର ପରୀକ୍ରମା କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଖିବା ସହିତ ସେଠାରେ ନିର୍ମାଣ ହୋଇଥିବା ଏକ ଓପେନ ଜିମ ର କାମ ବୁଲି ଦେଖିଥିଲେ,ପ୍ରାରମ୍ଭ ରେ ବିଧାୟକ ୱାର୍ଡ ରେ ଗଛ ଲଗାଇ ପରିବେଶ ସୁରକ୍ଷା ର ବାର୍ତ୍ତା ଦେଇଥିଲେ, ଏହାସହିତ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପାରାଓ,ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ,୧୧ନଂ ୱାର୍ଡ କାଉନସିଲର ସନ୍ତୋଷୀ ସେଠି,୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର,9ନଂ ୱାର୍ଡ କାଉନସିଲର ପ୍ରୀତିଛନ୍ଦା ସାମଲ,୧୨ନଂ ୱାର୍ଡ କାଉନସିଲର ଵି. ନିଶ୍ଚଳା,୧୩ନଂ ୱାର୍ଡ କାଉନ ସିଲର ସୁମନ୍ତ ନାହାକ,6ନଂ ୱାର୍ଡ କାଉନସିଲର ମମତା ପାତ୍ର,୫ନଂ ୱାର୍ଡ କାଉନସିଲର ଡ଼ି. ଇନ୍ଦୁ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଛତ୍ରପୁର ନଗର ବିଜେଡି ସଭାପତି ଵି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ,ଛାତ୍ର ବିଜେଡି ଜିଲ୍ଲାସଭାପତି ପ୍ରଶାନ୍ତ କୁମାର ପଣ୍ଡା,ଯୁବ ବିଜେଡି ଛତ୍ରପୁରନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଯୁବ ବିଜେଡି ବ୍ଲକ ଉପସଭାପତି କାହ୍ନୁ ଚରଣ ବେହେରା, ଯୁବ ନେତା ମିଟୁ ବେହେରା, ଅରୁଣ ପଣ୍ଡା ଓ ଅକ୍ଷୟ ସ୍ୱାଇଁ ଏବଂ ୱାର୍ଡ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ଗୋଟିଏ ଗୋଟିଏ ଗଛ ଲଗାଇଥିଲେ ଏବଂ ବିଧାୟକ ସହିତ ବିଭିନ୍ନ ସାହି କୁ ସାହି ବୁଲିଥିଲେ


