ଅଜଣା ଗାଡିଧକ୍କାରେ ପାଂଚ ମଇଁଷି ମୃତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି,ଏକ ଗାଡି ଧକ୍କାରେ ପାଂଚଗୋଟି ମଇଁଷିଙ୍କ ମୃତ ହୋଇଛି । ଘଟଣାରୁ ପ୍ରକାଶ ଯେ ଗତ ରାତିରେ ବାଲିଗୁଡା ସହରର ମୁଖ୍ୟ ରାସ୍ତା ତଥା ଜାତୀୟ ରାଜପଥ ୫୯, ନୁଆସହିର କସ୍ତରୁବା ଗାନ୍ଧି ବିଦ୍ୟାଳୟ ସମ୍ମୁଖରେ ଏହି ଘଟଣା ଦେଖିବାକୁ ମିଳିଛି । ପାଂଚଗୋଟି ମଇଁଷି ଦୁର୍ଘଟଣାରେ ମରିପଡିଥବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ଲୋକେ ବାଲିଗୁଡା ଥାନା ତଥା ଏନଏସି କାର୍ଯ୍ୟାଳୟରେ ଖବର ଦେଇଥିଲେ । ଏହି ଘଟଣାକୁ ଜାଣିବା ପରେ ଥାନା ଅଧିକାରୀ ବାବା ଶଙ୍କର ସରାଫ ଓ ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ ଆସି ଦେଖିଥିଲେ । ରାସ୍ତା ପଡିରହିଥିବା ମୃତ ମଇଁଷି ଗୁଡାକୁ ଏନଏସିର ସଫେଇ କର୍ମଚାରୀ ମାନଙ୍କ ସହାୟତାରେ ଉଠାଯାଇଥିଲା । ଏହା କୌଣସିଗାଡି ଧକ୍କାରେ ଏହିଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି । କିନ୍ତୁ କେଉଁ ଗାଡିଧକା ଦେଇଛିତାହା ଜଣାପଡିନାହିଁ । ବାଲିଗୁଡାରେ ସବୁ ସମୟରେ ଜାତୀୟରାଜପଥ ଉପରେ ଗାଇ,ଗୋରୁ,ପୋଢ,ମଇଁଷି ଆଦି ପଶୁମାନେ ରାସ୍ତା ଉପରେ ଶୋଇରହିବା ସହ ଯାତାୟତ କରୁଛନ୍ତି ଏହାକୁ ନେଇ ବାରମ୍ବାର ପ୍ରଶାସନର ଦୃଷ୍ଟିଆକର୍ଷଣ କରାଗଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉନାହିଁ ଓ ଏହି ପଶୁ ମାନଙ୍କ ମାଲିକ ମାନେ ମଧ୍ୟ ନିଜ ଗାଇଗୋରୁ,ପୋଢ,ମଇଁଷିକୁ ଗୁହାଳ ରେ ନବାନ୍ଧି ପଦାରେଛାଡୁଛନ୍‌ି ଏଥି ନିମନ୍ତେ ଦୈନଦିନ ଦୁର୍ଘଟଣା ମାନ ଘଟୁଥିବା ସାଧାରଣରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ