ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ସ୍ୱତନ୍ତ୍ର ଟିମର ପରିଦର୍ଶନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା କୁ ସ୍ଵତନ୍ତ୍ର ପର୍ଯ୍ୟଟନ ଜିଲ୍ଲା ମାନ୍ୟତା ଦେବା ନେଇ ଦୀର୍ଘ ବର୍ଷ ହେଲା ଦାବୀ ହୋଇ ଆସୁଛି। ଗତ ଜୁନ ୧୬ ଓ ୧୭ ଦୁଇ ଦିନ କନ୍ଧମାଳ ଗସ୍ତ ରେ ଆସିଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ଙ୍କୁ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀର ବିକାଶ ସହ ପୁରାତନ ମନ୍ଦିର ଗୁଡିକୁ ପର୍ଯ୍ୟଟନ ସହ ଯୋଡିବା ପାଇଁ ଅନୁରୋଧ କରିଥିଲେ। ସେହି ଦାବିକୁ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଗୁରୁତର ସହ ନେଇ ଜିଲ୍ଲା ର ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରି ଏକ ସ୍ବତନ୍ତ୍ର ରିପୋର୍ଟ ସଂଗ୍ରହ କରିବା ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ବିଭାଗ ପକ୍ଷରୁ ଏକ ୫ ଜଣିଆ ଟିମ ଜିଲ୍ଲାକୁ ପଠାଇଛନ୍ତି। ସେହି ଟିମ ଦୁଇ ଭାଗ ରେ ବିଭକ୍ତ ହୋଇ ଜିଲ୍ଲାର ଜି.ଉଦୟଗିରି,ଦାରିଙ୍ଗବାଡି ବ୍ଲକ ର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ବାଲିଗୁଡ଼ା ବ୍ଲକ ର ସର୍ବପୂରାତନ ଜଗନ୍ନାଥ ମନ୍ଦିର, ସର୍ପନାଳ, କୋଟଗଡ ବ୍ଲକ ର ଲୁଦୁ ଓ ଦାରବାଡି ଜଳପ୍ରପାତ ବୁଲି ଦେଖିଛନ୍ତି। ଏହି ଟିମ୍ ରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ବିଭାଗ ରୁ ୫ ଜଣିଆ ଟିମ ମଧ୍ୟରେ ବାଲିଗୁଡା କୁ ବର୍ଣ୍ଣିକା ଛୋଟାପାଧ୍ୟାୟ, ସ୍ନେହାସିସ ସର୍କରା ଆସିଥିବା ବେଳେ ବାଲିଗୁଡ଼ା ଜଗନ୍ନାଥ ମନ୍ଦିର କୁ କିଭଳି ସରସ ସୁନ୍ଦର କରାଯିବ ସେନେଇ ଆଲୋଚନା ସମୟରେ ଟ୍ରଷ୍ଟ ବୋର୍ଡ ସଦସ୍ୟ. ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ବିଡ଼ିଓ ଶଶାଙ୍କ ଶେଖର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ସବୁ ଦେଖିବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରି ୫-ଟି ସଚିବ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରିବେ । ଜିଲ୍ଲା ବାସୀ ଆଶା ରଖିଛନ୍ତି ଯେ ୫-ଟି ସଚିବ ନିଶ୍ଚୟ ଜିଲ୍ଲା ର ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ