ଗଂଜାମ ଜିଲ୍ଲା ଯୁବ କଂଗ୍ରେସ କର୍ମକର୍ତ୍ତା ଘୋଷଣା ।

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଗତ କିଛିମାସ ତଳେ ସାରା ରାଜ୍ୟରେ ହୋଇଥିବା ଯୁବ କଂଗ୍ରେସ ନିର୍ବାଚନର ପଳାଫଳ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପାଇଁ ହୋଇଥିବା ନିର୍ବାଚନ ରେ ସଭାପତି ଭାବରେ ବିକାଶ ନାୟକ ନିର୍ବାଚିତ ହୋଇଥିବା ବେଳେ ,ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବରେ ଚିନ୍ମୟ କୁମାର ହୋତା ନିର୍ବାଚିତ ହୋଇଛନ୍ତି । ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଭାବରେ ସୁପ୍ରଭା କୁମାରୀ ଦାସ ଏବଂ ସନାତନ ସାହୁ ନିର୍ବାଚିତ ହୋଇଛନ୍ତି ।ଏହା ସହ ଜିଲ୍ଲା ର ୧୩ ଗୋଟି ବିଧାନସଭା ରେ ସଭାପତି ରୂପେ ବ୍ରହ୍ମପୁର ବିଧାନସଭାର ଯୁବ କଂଗ୍ରେସ ସଭାପତି ଭାବେ ତତ ସତ ସୁବୁଦ୍ଧି ନିର୍ଵାଚନି ହୋଇଥିବା ବେଳେ ଆସିକା ରୁ ଅଜିତ କୁମାର ମୁନି,ଭଞ୍ଜନଗର ରୁ ସନ୍ତୋଷ କୁମାର ପ୍ରଧାନ,ଛତ୍ରପୁର ରୁ ରଞ୍ଜିତ ରଥ,ଚିକିଟି ରୁ ଦିବ୍ୟଞ୍ଜୟ ସାହୁ,ଦିଗପହଣ୍ଡିରୁ ଅରୁଣ କୁମାର ଭୂୟାଁ,ଗୋପାଳପୁର ରୁ ରାଜୀବ ଖୁଣ୍ଟିଆ,ହିଂଜିଳି ରୁ ସୁନୀଲ ମହାନ୍ତି,କବିସୂର୍ଯ୍ୟନଗର ରୁ ସଞ୍ଜୟ କୁମାର ମାଦଳା,ପୋଲସରା ରୁ ସାଇପ୍ରସାଦ ପାତ୍ର,ସାନଖେମୁଣ୍ଡି ରୁ ପ୍ରଭାକର ତ୍ରିପାଠୀ ଓ ସୋରଡା ରୁ ପ୍ରଫୁଲ୍ଲ ମଲ୍ଲିକ ନିର୍ବାଚିତ ହୋଇଛନ୍ତି ।ଗଣତାନ୍ତ୍ରିକ ଭାବରେ ପ୍ରତେକ୍ଷ ଭୋଟ୍ ପ୍ରଣାଳୀ ରେ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନ ରେ ଗଞ୍ଜାମ ଜିଲ୍ଲାରୁ ପ୍ରାୟ ୧୦୦୦୦ଯୁବକ ଯୁବତୀ ଅଂଶ ଗ୍ରହଣ କରଥିଲେ । ନିର୍ବାଚିତ ଯୁବ କଂଗ୍ରେସ ର କର୍ମକତା ମାନେ ପ୍ରତିକିୟା ପ୍ରକାଶ କରି କହିଛନ୍ତି ଯେ ,ରାଜ୍ୟ ନବୀନ ସରକାରଙ୍କ ଦୁର୍ନୀତି ,ବେକାରୀ ସମସ୍ୟା ଓ ନିଶା କାରବାର ବିରୁଦ୍ଧରେ ଆନ୍ଦୋଳନ କରିବା ସହ କେନ୍ଦ୍ରର ମୋଦି ସରକାରର ସାମ୍ପ୍ରଦୟିକତାବାଦୀ ନୀତି ଓ ସମ୍ବିଧାନ ର ସୁରକ୍ଷା ପାଇଁ ଯୁବ କଂଗ୍ରେସ ସବୁବେଳେ ଲଢେଇ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ