ରଙ୍ଗମାରି ଅନୁଦାନ ହରିଲୁଟ ଉଦ୍ୟମକୁ ଗ୍ରାମବାସୀଙ୍କ ବିରୋଧ

ହାଟଡିହିି, (ବିକାଶ ବିଶ୍ୱାଳ):ରାଜ୍ୟ ସରକାର ପଞ୍ଚାୟତ ଗୁଡିକର ବହୁବିଧ ଉନ୍ନତି ପାଇଁ ପର୍ଯ୍ୟପ୍ତ ଅନୁଦାନ ଯୋଗାଇ ଦେଉଥିବାବେଳେ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଏହା ହରିଲୁଟର ମାଧ୍ୟମ ପାଲଟିଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ମରୈଗାଁ ପଞ୍ଚାୟତରେ । ଏହି ପଞ୍ଚାୟତରେ ପଞ୍ଚଦଶ ଏସଏଫସି ଅନୁଦାନରେ ୨୦୨୧/୨୨ ଆର୍ଥôକ ବର୍ଷରେ ପାଇଖାନା ମରାମତି ନାମରେ ୫୦ହଜାର ଟଙ୍କା ଅନୁଦାନ ଆସିଥିଲା । ପଞ୍ଚାୟତର ପିଇଓ ଏହାକୁ ଅତି ଚତୁରତାର ସହିତ କେବଳ ରଙ୍ଗମାରି ଏହି ଅନୁଦାନକୁ ହଡପ କରିବାପାଇଁ ଯୋଜନା କରି ଫାଇନାଲ ବିଲ୍ ପେମେଣ୍ଟ ପାଇଁ ସମସ୍ତ କାଗଜପତ୍ର ପ୍ରସ୍ତୁତ ସରିଥିଲା । ଏପରିକି ଅଧିକାରୀଙ୍କ ଦସ୍ତଖତ ମଧ୍ୟ ସରିଯାଇଥିଲା । ଖାଲି ଟଙ୍କା ପଠାଯିବାକୁ ବାକିଥିବା ସମୟରେ ମରୈଗାଁ ପଞ୍ଚାୟତର କିଛି ବ୍ୟକ୍ତି ଏପରି ହଡପ ଉଦ୍ୟମ ସମ୍ପର୍କରେ ଜାଣିବାପରେ ତୁରନ୍ତ ବ୍ଲକ କର୍ତ୍ତୁପକ୍ଷଙ୍କୁ ଭେଟି ଏହାର ପ୍ରତିବାଦ କରିଥିଲେ । ଏନେଇ ଆଜି ବୁଦ୍ଧଦେବ ସାହୁ, ପ୍ରଫୁଲ ଚନ୍ଦ୍ର ପ୍ରଧାନ, ଧୁଶାସନ ସାହୁ, ଦେବେନ୍ଦ୍ର ଜେନା, ନିର୍ମଳ ମଲ୍ଲିକ, କେଶବ ଜେନା, ନରେନ୍ଦ୍ର କୁମାର ସା, ପ୍ରତାପ କୁମାର ଦାସ, କିର୍ତ୍ତନ ବିହାରୀ ଭୋଳ, ରତ୍ନାକର ଜେନା ପ୍ରମୁଖ ବିଡିଓଙ୍କୁ ଏକଦାବିପତ୍ର ଦେଇ ଏହାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ଉକ୍ତ ପଞ୍ଚାୟତର ପିଇଓ ହରିହର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ କାମ ସରି ଯାଇଛି, କେବଳ କବାଟ ଲାଗିବା ବାକି ଅଛି ବୋଲି କହିଛନ୍ତି । ପୁର୍ବରୁ ଏହି ପଞ୍ଚାୟତରେ ଆଦୌ କାମ ନକରି ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ରାଶିକୁ ପିଇଓ ଏବଂ ପୁର୍ବତନ ସରପଞ୍ଚ ଅଗ୍ରୀମ ଆକାରରେ ଉଠାଇ ନେଇଥିବାବେଳେ ଆଜି ପର୍ଯ୍ୟନ୍ତ ତାହାକୁ ଫେରସ୍ତ କରି ନାହାନ୍ତି । ଏହି ଅଗ୍ରୀମ ଉଠାଇନେବା ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ପୁର୍ବତନ ବିଡିଓଙ୍କ ସମୟରେ ତଦନ୍ତ କରାଯାଇ ତଦନ୍ତ ରିପୋର୍ଟ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟକୁ ଦିଆଯାଇଥିଲେ ମଧ୍ୟ ୨ବର୍ଷରୁ ଉର୍ଦ୍ଧ ସମୟ ବିତିଯାଇଥିଲେବି ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଯାହା ଦ୍ୱାରାକି ଉକ୍ତ ପଞ୍ଚାୟତରେ ଦୁନ୍ନୀତିର ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ