ମରୈଗାଁ ମୁଖ୍ୟ ରାସ୍ତା ବିପର୍ଯ୍ୟସ୍ଥ, ପୁର୍ତ୍ତ ବିଭାଗ ଜାଣି ଅଜଣା

ହାଟଡିହିି, (ବିକାଶ ବିଶ୍ୱାଳ):ମରୈଗାଁ-ଢ଼େଙ୍କା ମୁଖ୍ୟ ରାସ୍ତାଟି ଏବେ ବିପର୍ଯ୍ୟସ୍ଥ ହୋଇପଡିଛି । ଏହି ରାସ୍ତାଟି ଉପରେ ମରୈଗାଁ ପଞ୍ଚାୟତ ସମେତ ଜମ୍ଭୀରା, ସଢ଼ା, ଢ଼େଙ୍କା, ସୋସୋ ଆଦି ପଞ୍ଚାୟତର ଲୋକମାନେ ନିର୍ଭର କରିଥାନ୍ତି । ଏହି ରାସ୍ତା ନିର୍ମାଣ ପାଇଁ ସରକାର କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଥିବାବେଳେ ଠିକାଦାର କାମ କରିବାରେ ବହୁ ବିଳମ୍ବ କରୁଥିବାରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ପାରିନି । ଫଳରେ ମରୈଗାଁ ଛକରୁ ରାସ୍ତାଟିରେ ପୋଖରୀ ସଦୃଷ ଖାଲ ଖମା ମାନ ସୃଷ୍ଟି ହୋଇ ପାଣି ଜମି ରହିଛି । ସାଇକେଲ କି ବାଇକ ଆରୋହୀମାନେ ନାନା ଅସୁବିଧା ଭୋଗ କରୁତôବାବେଳେ ଚାଲିକରି ଯାଉଥିବା ଲୋକମାନେ ଜୋତା ଖୋଲି ପ୍ୟାଣ୍ଟକୁ ଟେକି ରାସ୍ତା ପାର ହେଉଛନ୍ତି । ଏପରିକି ନିୟମିତ ଶହଶହ ଲୋକ ମରୈଗାଁ ସେବା ସମବାୟ ସମିତି, ପଞ୍ଚାୟତ କାର୍ଯ୍ୟାଳୟ ଓ ନନ୍ଦିପଦା ଥାନାକୁ ଆସୁଥିବାବେଳେ ସେମାନେ ରାସ୍ତା ସମସ୍ୟାକୁ ଦେଖି କାର୍ଯ୍ୟାଳ ଗୁଡିକୁ ଯିବାକୁ ଛାନିଆଁ ହେଉଛନ୍ତି । ବିଶେଷକରି ଏହି ସ୍ଥାନରେ ଜଳନିସ୍କାସନର ସମସ୍ତ ବ୍ୟବସ୍ଥା ବନ୍ଦ ହୋଇ ଯାଇଥିବାରୁ ବର୍ଷାଜନ ନିସ୍କାସନ ହୋଇ ପାରୁନି । ନିକଟରେ ଥିବା ଏକ ନୟନଜୋରୀକୁ ପାର୍କ କରିବା ନାମରେ ବ୍ଲକ ଅନୁଦାନରେ ପୋତିଦେଇ ଥିବାବେଳେ ରାସ୍ତା କଡରେ ଥିବା ଅନ୍ୟ ନୟନଜୋରୀକୁ ପୋତିଦେଇ ବ୍ୟବସାୟ ପ୍ରତିଷ୍ଠାନ ଖୋଲାଯାଇଛି । ଯାହା ଫଳରେ ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ ଉଚ୍ଚର ପାଣି ଜମିରହି ଯାତାୟତରେ ଘୋର ଅସୁବିଧା ସୃଷ୍ଟି କରୁଛି । ଏଣୁ ପୁର୍ତ୍ତ ବିଭାଗ ପକ୍ଷରୁ ତୁରନ୍ତ ଏହାର ପ୍ରତିକାର କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ