ମଣିପୁରରେ ଶାନ୍ତିସ୍ଥାପନ ପାଇଁ “ଓମେନ୍ସ” ସଂଗଠନର ପଦଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମଣିପୁରରେ ଘଟିଯାଇଥିବା ନାରୀ ନିର୍ଯ୍ୟାତନା ସାରା ଦେଶକୁ ସ୍ତବ୍ଧ କରିଦେଇଛି ।ସ୍ଥାନୀୟ ଜନ ସାଧାରଣ ଶାନ୍ତି ପାଇଁ ବ୍ୟାକୁଳ ହୋଇଉଠିଛନ୍ତି ।ଏହାର ଗୁରୁତ୍ୱକୁ ଉପଲବ୍ଧ କରି ରାଜ୍ୟର ଅନ୍ୟତମ ଅଗ୍ରଣୀ ନାରୀସଂଗଠନ “ଓମେନ୍ସ” ପକ୍ଷରୁତା୨୬.୦୭.୨୦୨୩ ଦିନ ୩ ଘଟିକା ସମୟରେ ସ୍ଥାନୀୟ ନିଳାଦ୍ରୀ ବିହାର ଛକଠାରୁ ଡି.ଏ.ଭି ସ୍କୁଲ ଛକ ଯାଏ ଏକ ଶାନ୍ତି ଶୋଭାଯାତ୍ରା ବାହାରିଥିଲା । ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ସରୋଜିନୀ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ନିରବ ପ୍ରତିବାଦ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେଶ୍ରୀମତୀସୁଜାତା ପ୍ରଧାନ, ଶ୍ରୀମତୀଲକ୍ଷ୍ମୀସିଂ ଓ ରାବେୟାବେଗମ୍ ପ୍ରମୁଖ ସମାଜ ସେବୀଯୋଗ ଦେଇ ମଣିପୁରରେ ଶାନ୍ତିସ୍ଥାପନ ଆଜିର ସବୁଠାରୁବଡ଼ ଆବଶ୍ୟକତା ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ