ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ବୃକ୍ଷରୋପଣ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଆଲୁମିନି ଆସୋସିଏସନ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଲୁମିନି ଆସୋସିଏସନର ସଭାପତି ପ୍ରଦୀପ ଦାଶ, କାର୍ଯ୍ୟକାରୀ ସଭାପତି ସେକ ଅଜିମୁଦ୍ଦିନ, ସମ୍ପାଦକ ଶାନ୍ତି ଭୂୟାଁ, ଉପସଭାପତି ହାଡିବନ୍ଧୁ ସିଂହ, ବିଭୂତି କର, ମମତା ସାମଲ, ଗଗନ ରାଉତ, ସହ ସମ୍ପାଦକ ଗଣେଶ ଦାସ, କୋଷାଧ୍ୟକ୍ଷ ଖଗେଶ୍ୱର ଲେଙ୍କା, କାର୍ଯ୍ୟକାରୀ ସଭ୍ୟ ରମଣୀରଞ୍ଜନ ରାଉତରାୟ, ସୁଶାନ୍ତ ମହାନ୍ତି, ସଂଗଠନ ସମ୍ପାଦକ ନେହେରୁ ସାହୁ ପ୍ରମୁଖ ଯୋଗଦେଇ ଅଁଳା, ଆମ୍ବ, ତେଜପତ୍ର, ପଣଷ, ଦେବଦାରୁ ପ୍ରଭୃତି ବୃକ୍ଷର ଚାରା ରୋପଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ଅନ୍ୟ ଅଧ୍ୟାପକମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇ ବନିକରଣ ନିମନ୍ତେ ୫ଦିନ ସମୟ ଧାର୍ଯ୍ୟ କରାଯିବା ସହ ମହାବିଦ୍ୟାଳୟର ବିକାଶ ପାଇଁ ଉନ୍ନୟନ କାର୍ଯ୍ୟର ତ୍ୱରାନ୍ୱିତ କରାଯିବାକୁ ସ୍ଥିର କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅବନି ନାୟକ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ