ଏକ ଦୀବସୀୟ ବ୍ଳକ ସ୍ତରୀୟ ଛତୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ଚାଷୀ ହସିଲେ ଦେଶ ହସିବ ।ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।ଚାଷୀ ଅର୍ଥକରୀ ଫସଲ ଉତ୍ପାଦନ କରି ଲାଭାନ୍ବିତ ହୋଇ ଆତ୍ମ ନିର୍ଭରଶୀଳ କରନ୍ତୁ ।ଛତୁ ଚାଷ ଏକ ଅର୍ଥକାରୀ ଚାଷ ।ଏହାକୁ ଚାଷୀମାନେ ବାରମାସ ଉତ୍ପାଦନ କରି ପାରିବେ ।ଏହାର ବଜାର ଦର ମଧ୍ୟ ଠିକ୍ ଅଛି । ଚାଷୀ ମାନଙ୍କ ଉନ୍ନତି ପାଇଁ ରାଇରଙ୍ଗପୁର ଉଦ୍ୟାନ ବିଭାଗ ତରଫରୁ ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟ ପରିସରରେ ଥିବା ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ରାଇରଙ୍ଗପୁର ସହକାରୀ ଉଦ୍ୟାନ ବ୍ଳକ କୃଷି ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓମ୍ବାଡିସି ଯୋଜନାରେ ଏକ ଦିବସୀୟ ଛତୁ ଚାଷ ପ୍ରଶିକ୍ଷଣ ଶିବିର ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାଵେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରମେଶ ଚନ୍ଦ୍ର ମଲ୍ଲିକ,ବାମନଘାଟୀ, ରାଇରଙ୍ଗପୁର, ସମ୍ମାନିତ ଅତିଥି ଯଶିପୁର କୃଷ ବିଜ୍ଞାନ କେନ୍ଦ୍ରର ସାଇଣ୍ଟିଷ୍ଟ ଶ୍ରୀମତୀ ବିଦ୍ୟୁତଲତା ମଲ୍ଲିକ,ଵିଜାତଳା ବ୍ଳକର ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୀମତୀ ଇତିଶ୍ରୀ ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।ସେମାନେ ଉପସ୍ଥିତ ଚାଷୀ ମାନଙ୍କୁ ଛତୁ ଚାଷ ଦ୍ବାରା ଚାଷୀମାନେ କିଭଳି ଆର୍ଥିକ ଲାଭାନ୍ବିତ ହୋଇପାରିବେ ବୋଲି ବକ୍ତବ୍ୟ ରଖିଥିଲେ । ଚାଷୀମାନଙ୍କୁ ଚତୁ ଚାଷ କିଭଳି କରାଯିବ,ଆବଶ୍ୟକୀୟ ଜ୍ଞାନ,ଛତୁ ମଞ୍ଜି,ସାର, ସରକାରୀ ପ୍ରୋତ୍ସାହନ ରାଶି,ଉପରେ ବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ ।କିଭଳି ଛତୁ ଚାଷ କରାଯିବ ସେମାନଙ୍କୁ ପ୍ରଶିକ୍ଷଣ କରାଇଥିଲେ ।ଛତୁ ବିକ୍ରୟ ପାଇଁ ବଜାରର ଭାଉ ଭଲ । ତେଣୁ ଛତୁ ବିକିବା ପାଇଁ ଏଠି ସେଠି ହଇରାଣ ହରକତ ହେବେ ନାହିଁ କି ବଜାର ଖୋଜିବାକୁ ପଡ଼ିବ ନାହିଁ । ଗ୍ରାହକ ଘରେ ମଧ୍ୟ ଛତୁ ନେବା ପାଇଁ ପହଞ୍ଚି ଯିବେ ।ସହର ଠାରୁ ଗାଁ ପର୍ଯ୍ୟନ୍ତ ଛତୁର ଆଦର ସବୁଠି । ଆମିଷ ପ୍ରତି ବିମୁଖ ହେଉଥିବା ଲୋକଙ୍କର ଆଦର ନିରାମିଷ ଛତୁ ତରକାରୀ । ଏହା ମଧ୍ୟ ଶସ୍ତା ଅଟେ ।ଏହି ପ୍ରଶିକ୍ଷଣରେ ୩୦ ଜଣ ଚାଷୀ ଯୋଗ ଦେଇଥିଲେ । ସେମାନଙ୍କୁ ପଂଜିକୃତ କରାଯିବା ସହ ମାଗଣାରେ ଛତୁ ବିହନ ଯୋଗାଇ ଦିଆଯାଇଥିଲା ।ଏହାପରେ ସରକାରଙ୍କର ଯାହାକିଛି ଯୋଜନା ଆସିବ ପ୍ରଶିକ୍ଷିତ ହୋଇଥିବା ଚାଷୀ ମାନଙ୍କୁ ଅଗ୍ରାଧିକାର ଦିଆଯିବା ବୋଲି ରାଇରଙ୍ଗପୁର ବ୍ଳକ ଉଦ୍ୟାନ କୃଷି ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଶିବିରରେ ଚାଷୀମାନେ ଛତୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ପାଇଁ ଛତୁ ଚାଷ କରିବେ ବୋଲି ଉତ୍ସାହିତ ହୋଇ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ