ଯାନ୍ତ୍ରିକ ତ୍ରୁଟି, ଅଟକିଲା ଇସ୍ପାତ ଏକ୍ସପ୍ରେସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବଲାଙ୍ଗିର ଜିଲ୍ଲା ସଇଁତଳା ଷ୍ଟେସନରେ ଅଢ଼େଇ ଘଣ୍ଟା ଅଟକିଲା ଇସ୍ପାତ ଏକ୍ସପ୍ରେସ। ଆଜି ସକାଳୁ ଟିଟିଲାଗଡ଼ରୁ ହାୱାଡ଼ା ଅଭିମୁଖେ ବାହାରିଥିଲା ଏହି ଟ୍ରେନ। କିନ୍ତୁ ୫ଟା ୪୫ ମିନିଟରେ ସଇଁତଳା ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ଇଂଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଟ୍ରେନଟି ଅଢ଼େଇ ଘଣ୍ଟା ଧରି ଅଟକି ରହିଥିଲା।ରେଳବାଇର ଟେକ୍ନିକାଲ ଟିମ୍‌ ତ୍ରୁଟି ସୁଧାରିବା ପାଇଁ ଚେଷ୍ଟା କରିଥିଲେ। ପରେ ଏକ ନୂଆ ଇଞ୍ଜିନ ଲାଗିବା ପରେ ଟ୍ରେନ୍‌ଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ