ମନ୍ଦିର ଓ ୫ଟି ସ୍କୁଲର ଶିଳାନ୍ୟାସ କଲେ ବିଧାୟକ ପ୍ରତିନିଧି
ବନ୍ତ, (ଚାନ୍ଦିନୀ ମହାନ୍ତି):ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ୪ ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଥିବା ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଅଧିନ ତ୍ରିକୋଣାସ୍ଥିତ ଶିବମନ୍ଦିର, ୪ ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଥିବା ଗଡଚଣ୍ଡି ପୀଠ, ୫-ଟିରେ ଅନ୍ତର୍ଭୁକ୍ତ ହୋଇଥିବା ଦେବତାଗଢିଆସ୍ଥିତ ମା’ତାରିଣୀ ହାଇସ୍କୁଲ ଆଦିର ଶିଳାନ୍ୟାସ କରିଥିଲେ ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ପଞ୍ଚାୟତ ବିଜେଡି ସଭାପତି ବିଜୟ କୁମାର ନାୟକ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ ନାୟକ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ବରିଷ୍ଠ ନେତୃତ୍ୱ ସୁବାଷ ଦାସ, ବିପିନ ରାଉତ, ଆଲୋକ ରାଉତ, ପ୍ରବୀର ରାଉତ, ଶକ୍ତିଧର ରାଉତ, ବଳରାମ ଦାସ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ମାନସ ପାତ୍ରଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।


