ଅଜଣା ଗାଡି ଧକ୍କାରେ ଅପରିଚିତ ବ୍ୟକ୍ତିଙ୍କ ମୃତୁ୍ୟ

ହାଟଡିହିି, (ବିକାଶ ବିଶ୍ୱାଳ):ଆନନ୍ଦପୁର ଭଦ୍ରକ ରାସ୍ତାର ବେତିରା ଛକ ନିକଟରେ ଗତକାଲି ରାତିରେ ଅଜଣା ଗାଡି ଧକ୍କାରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ସୁଚନାରୁ ଜଣାଯାଇଛି ଯେ ଗତ କିଛିଦିନ ହେଲା ଜଣେ ଅପରିଚିତ ମାନସିକ ନୁ୍ୟନ ବ୍ୟକ୍ତି ହାଟଡିହି ଅଞ୍ଚଳରେ ବୁଲାଚଲା କରୁଥିଲେ । ଆଜି ସକାଳେ ତାଙ୍କ ମୃତଦେହ ବେତିରା ନିକଟରେ ରାସ୍ତା କଡରୁ ମିଳିଥିଲା । ଖବରପାଇ ନନ୍ଦିପଦା ପୁଲିସ ପହଞ୍ଚି ଶବକୁ ଜବଦକରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇ ଥିଲେ । କୌଣସି ଅଜଣା ଗାଡି ଧକ୍କାରେ ତାଙ୍କର ମୃତୁ୍ୟ ଘଟିଥିବା ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ