ସୁପ୍ରିମକୋର୍ଟ ରାୟ ନେଇ ରାହୁଲ ଗାନ୍ଧୀଙ୍କୁ ଅଭିନନ୍ଦନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସୁପ୍ରିମକୋର୍ଟ ମାନହାନୀ ମୋକଦ୍ଦମାରେ ରାହୁଲ ଗାନ୍ଧୀଙ୍କ ୨ବର୍ଷର ଦଣ୍ଡାଦେଶ ଉପରେ ସ୍ତଗିତାଦେଶ ଜାରି କରିବା କାରଣରୁ ରାହୁଲ ଗାନ୍ଧୀ ପୁନର୍ବାର ତାଙ୍କ ସାଂସଦ ପଦ ଫେରି ପାଇବା ଏକ ପ୍ରକାର ସିଦ୍ଧାନ୍ତ ହୋଇଯାଇଛି । ଏଥିନିମନ୍ତେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ କୁମାର ମହାନ୍ତି, ପ୍ରଫୁଲ୍ଲ ଦାସ, ରମାକାନ୍ତ ଦାଶ, ହରେକୃଷ୍ଣ ନାୟକ, ପ୍ରମୋଦ ମହାପାତ୍ରଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉଚ୍ଚତମ ନ୍ୟାୟାଳୟର ଏଭଳି ଐତିହାସିକ ରାୟ ନିମନ୍ତେ ସୁପ୍ରିମକୋର୍ଟକୁ ବଧାଇ ଜଣାଇବା ସହିତ ରାହୁଲ ଗାନ୍ଧୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ