ଘୋଷରାପଦା ନିକଟରେ ଭାଙ୍ଗିଗଲା ଆପ୍ରୋଚ ରୋଡ, ଯାତାୟତ ବାଧାପ୍ରାପ୍ତ

ହାଟଡିହିି, (ବିକାଶ ବିଶ୍ୱାଳ):ଚୋରଗଡିଆ ଛକ ଠାରୁ ତରତରା ଯାଇଥିବା ରାସ୍ତାର ଘୋଷରାପଦା ନିକଟରେ ବୈତରଣୀ କେନାଲ ନିର୍ମାଣ ପାଇଁ ତିନିବର୍ଷ ହେଲା ପୋଲ ନିର୍ମାଣ କରାଯାଉଥିବାବେଳେ ଏହି ପୋଲ ସରିବାର ନାଁ ନେଉନି । ଲୋକମାନଙ୍କ ଯାତାୟତ ପାଇଁ ଠିକାସଂସ୍ଥା ପକ୍ଷରୁ ଏକ ଆପ୍ରୋଚ ରୋଡ କରାଯାଇଥିଲା । ସେହି ରାସ୍ତାଦେଇ ରଗୁଡି, ମହ୍ଲାରପଦା, ବାହିଆ ବାରଦଣ୍ଡା ସମେତ କାଠକଟା, ଚିଲଝରୀ ଆଦି ଗ୍ରାମର ହଜାର ହଜାର ଲୋକ ଯାତାୟତ କରୁଥିଲେ । ମାତ୍ର ଆଜି ସକାଳୁ କେନାଲରେ ଅଧିକ ପାଣି ଆସିଯିବାରୁ ଏହି ଆପ୍ରୋଚ ରୋଡଟି ଭୁଷୁଡି ଯାଇଥିଲା । ଫଳରେ ଉପରୋକ୍ତ ଗ୍ରାମ ସମେତ ଘୋଷରାପଦା, ଭାତକରୁଆ ଗୋପାଳପୁର ଆଦି ଗ୍ରାମର ଚାଷୀମାନେ ମଧ୍ୟ ନିଜ ନିଜ ଚାଷଜମିଯାଇ ପାରି ନଥିଲେ । ଯାହାକୁନେଇ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାା ପାଇଛି । ଅବଧି ସରିଥିଲେ ମଧ୍ୟ ଠିକାସଂସ୍ଥା ଏହି କେନାଲ ପୋଲକୁ ସମ୍ପୁର୍ଣ୍ଣ ନକରି ପକାଇ ଦେଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏତôପ୍ରତି ଦୃଷ୍ଟି ଦୋକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ