ଗଞ୍ଜାମ ସହର ପାଇଁ ଆଣିଲେ ଗୌରବ ଅନୀଲ ଏବେ ନିଜେ ବନିଲେ ଓଏଏସ

ଗଞ୍ଜାମ, (ବିନୋଦ ପଲାଇ):ଦିନେ ଗଢୁଥିଲେ ଓଏଏସ , ଆଜି ସେ ନିଜେ ବନିଗଲେ ଓଏଏସ । ସେ ହେଉଛନ୍ତି ଗଞ୍ଜାମ ସହରର ବାସିନ୍ଦା ଅନୀଲ କୁମାର ବିଶୋଇ। ଯାହା ସହର ପାଇଁ ଆଣିଛନ୍ତି ଗୋୖରବ । ଗଞ୍ଜାମ ସ୍ଥିତ ଜୟଶ୍ରୀ କେମିକାଲସ (ଗ୍ରାସୀମ) ରେ କାମକରି ଅବସର ଗ୍ରହଣ କରିଥିବା ବାପା ଅଶୋକ କୁମାର ବିଶୋଇ ଓ ମାତା କବିତା କୁମାରୀ ବିଶୋଇ ଙ୍କ ପୁଅ ଅନୀଲ ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା ( ଓପିଏସସି) ପରୀକ୍ଷାରେ ୩୪୧ ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ପିଲାଟିବେଳୁ ମେଧାବୀ ଛାତ୍ରଥିବା ଅନୀଲ ଭାରତୀ ବିଦ୍ୟା ପୀଠରେ ମେଟ୍ରିକ ଟପ୍ପର ହୋଇଥିଲେ। ୨୦୦୫ ମସିହାରେ ଗୋଆରେ ନେଭିରେ କର୍ମମୟ ଜୀବନ ଆରମ୍ଭ କରିଥିବା ବେଳେ , ୨୦୨୦ ମସିହାରେ ଚିଲିକାରେ ମୁଖ୍ୟ ପେଟି ଅଫିସର ଭାବେ ଅବସର ଗ୍ରହଣ କରିଥିଲେ। ବିନା କୋଚିଙ୍ଗିରେ ସଫଳତା ପାଇଥିବା ବେଳେ ୟୁଟୁଭ ମାଧ୍ୟମରେ ପ୍ରଶିକ୍ଷଣ ଦେଇ ଓଏଏସ ଗଢିଛନ୍ତି ବିଦ୍ୟାର୍ଥୀଙ୍କୁ। ସେହି ବିଦ୍ୟାର୍ଥୀଙ୍କ ମଧ୍ୟରେ ଚଳିତ ବର୍ଷ ୧୮ ରେଙ୍କରେ ପ୍ରତୀକ କର,୧୩୮ ରେଙ୍କରେ ଶୁଭମ ଶୁଭ୍ରଜିତ ମହାପାତ୍ର, ୨୫୩ ରଙ୍କ ରେ ଅର୍ପିତା କୁମ୍ଭାର ଓ ଗତ ୨୦୨୧ ବର୍ଷରେ ୨୧୨ ରେଙ୍କରେ ରଞ୍ଜିତା ମହାନ୍ତି, ୩୫୩ ରେଙ୍କରେ କୁନାର ବସ୍କେ ସଫଳତା ପାଇଥିବା କହିଛନ୍ତି ଅନୀଲ। ଏହି ସଫଳତା ଶ୍ରେୟ ପ୍ରଭୁ ଜଗନ୍ନାଥ ପରେ ବାପା, ମାଆ , ଶିକ୍ଷକ ଓ ପରିବାର, ଶୁଭେଛୁ ବିଶେଷକରି ନିଜ ସ୍ତ୍ରୀ ଅର୍ଚ୍ଚନା ପାତ୍ରଙ୍କ ସମେତ ଓଡିଶା ବାସୀଙ୍କୁ ସମର୍ପିତ କରିଛନ୍ତି। ସଫଳତା ବହୁ କଷ୍ଟରେ ମିଳେ, ବିଫଳ ହେଲେ ଭାଙ୍ଗିନପଡି ନିଜ ଲକ୍ଷ୍ୟ ରେ ଆଗେଇବାକୁ ପଡିବ । ଭବିଷ୍ୟତରେ ଆଇଏଏସ ହେବାର ଲକ୍ଷ ରଖିଥିବା ବେଳେ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଦୁର୍ନିତି ମୁକ୍ତ ସ୍ୱଚ୍ଛ ପ୍ରଶାସନ ତାଙ୍କର ପ୍ରାଥମିକତା ହେବ ବୋଲି କହିଛନ୍ତି। ଏହା ଛଡା ଜଣେ ସୁଵକ୍ତା ରୂପେ ରାଜ୍ୟ ଓ ଜତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ