କଲେଜ ଛାତ୍ରଛାତ୍ରୀଙ୍କ ପାଠପଢାକୁ ବନ୍ଦ କରି ମଦବୋତଲ ଜରି ଗୋଟାଇବା କାର୍ଯ୍ୟରେ ଲଗାଇବା ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଠପଢାକୁ ବନ୍ଦ କରାଯାଇ ସେମାନଙ୍କୁ ଜରି, ମଦବୋତଲ ପ୍ରଭୃତି ଗୋଟାଇବା କାର୍ଯ୍ୟରେ ଲଗାଇବା ଘଟଣାକୁ ନେଇ ଛାତ୍ରାଭିଭାବକ ମାନଙ୍କ ମଧ୍ୟରେ ଗଭିର ଅସନ୍ତୋଷ ପ୍ରକାଶ ପାଇଛି । ଶତାଧିକ ଛାତ୍ରଛାତ୍ରୀମାନଙ୍କ ପାଠପଢା କାର୍ଯ୍ୟକୁ ବନ୍ଦ କରାଯାଇ ସେମାନଙ୍କୁ କାଳିପଡିଆକୁ ସଫା କରାଇବା କାର୍ଯ୍ୟରେ ଲଗାଇବାକୁ ନେଇ ଆଜି ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିରରେ ଅଭିଯୋଗ ହୋଇଛି । ପିଲାମାନଙ୍କ ଇଛା ବିରୋଧରେ ସେମାନଙ୍କୁ ଏଭଳି କାର୍ଯ୍ୟରେ ଲଗାଇବା ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ସଂପୃକ୍ତ ପଡିଆ ସଫେଇ କରାଯିବା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଆସୁଥିଲେ ବି ସେହି ସରକାରୀ ଅନୁଦାନକୁ ଚଳୁ କରିଦେଇ ଏଭଳି ଭାବରେ କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସେହି ପଡିଆର ସଫେଇ କରାଯିବାକୁ ଛାତ୍ରାଭିଭାକମାନେ ଦୃଢ ବିରୋଧ କରିଛନ୍ତି । କଲେଜ କତ୍ତୃପକ୍ଷଙ୍କ ନିର୍ଦେଶରେ ଛାତ୍ରଛାତ୍ରୀମାନଙ୍କୁ ଧମକାଇ ଜୋରଜବରଦସ୍ତ ସେମାନଙ୍କ ଦ୍ୱାରା ଏଭଳି କାର୍ଯ୍ୟ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏବଳି ବେଆଇନ କାର୍ଯ୍ୟ ବିରୋଧରେ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀନିବାସ ସାହୁ, ପ୍ରତାପ ମହାନ୍ତି, ରାଜକିଶୋର ବେହୁରା, ସୁମନ୍ତ ମଲିକ, ସୁକାନ୍ତ ବେହେରା, ସତ୍ୟବାଦୀ ମିଶ୍ର ପ୍ରମୁଖ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ