ନେହେରୁ ଯୁବ କେନ୍ଦ୍ର ଦ୍ବାରା ପଞ୍ଚ ପ୍ରାନ ଅଫ୍ ଅମୃତ କାଲ ଉତ୍ସବ ‌

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ ନେହେରୁ ଯୁବ କେନ୍ଦ୍ର ବ୍ରହ୍ମପୁର ଆୟୋଜିତ “ପଞ୍ଚ ପ୍ରାନ ଅଫ୍ ଅମୃତ କାଲ” ସ଼ହ “ମେରି ମାଟି ମେରା ଦେଶ ” କାର୍ଯ୍ୟକ୍ରମ ଵେଲଗୁଣ୍ଟା ପଞ୍ଚାୟତ ସମିତି ଶାଖା ସହଯୋଗରେ କ୍ଷତ୍ରିୟଵରପୁରସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ନେହେରୁ ଯୁବ କେନ୍ଦ୍ର ଵେଲଗୁଣ୍ଟା ପଞ୍ଚାୟତ ସମିତି ସଂଯୋଜିକା ଦୀପ୍ତିମୟୀ ବେହେରାଙ୍କ ତତ୍ବାବଧାନରେ ଏବଂ ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଭଞ୍ଜ ସାହିତ୍ୟ ଗବେଷକ ତଥା ଭଞ୍ଜମାଟିର ସମ୍ପାଦକ କାମରାଜୁ ସାହାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ପରିଚାଳନା କରିଥିବା ବେଳେ ସଂଯୋଜିକା ଦୀପ୍ତିମୟୀ ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ବିଦ୍ୟାଧର ସ୍ଵାଇଁ, ବିଶିଷ୍ଟ ଅତିଥି ଭାବେ ଡକ୍ଟର ସଂଜୀବ କୁମାର ଦାଶ ଏବଂ ସମ୍ମାନୀତ ଅତିଥି ଭାବେ ଶ୍ରୀନିବାସ ସ୍ୱାଇଁ , ବିପ୍ରଚରଣ ତ୍ରିପାଠୀ ଯୋଗ ଦେଇଥିଲେ I ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାରେ ଅମ୍ରିତାରାଣୀ ଦାସ ପ୍ରଥମ ସ୍ଥାନ, ତପସ୍ଵିନୀ ଜେନା ଦ୍ବିତୀୟ ଏବଂ ରାଜେଶ ବେହେରା ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ I ମହାବିଦ୍ୟାଳୟ ତରଫରୁ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହଣୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ପଞ୍ଚାୟତ ସମିତି ସଂଯୋଜିକା ଦୀପ୍ତିମୟୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ