ଦୁର୍ଗା ପୂଜା ପାଳନ ପ୍ରସ୍ତୁତି ବୈଠକ
ଧାମନଗର (ଓ୍ବାଇଏନଏସ): ପୀରବାବା ହଜରତ ମୁଜାହିଦ-ଏ-ମିଲ୍ଲତଙ୍କ ୪୭ତମ ଉର୍ସ ଉତ୍ସବ ଚଳିତ ମାସ ୧୭/୧୮ ଦୁଇ ଦିନ ଧରି ଉର୍ସ ପର୍ଵ ଏବଂ ଦୁର୍ଗାପୂଜା କିପରି ଶାନ୍ତି ଶୃଙ୍ଖଳାରେ ପାଳନ ହେବ ସେ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଧାମନଗର ପଞ୍ଚାୟତ ସମିତି ସଭାଗୃହ ପରିସରରେ ଶାନ୍ତି କମିଟି ଆବାହକ ତଥା ଧାମନଗର ତହସିଲଦାର ଜ୍ଞାନରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଭ୍ୟ ମାନଙ୍କୁ ସ୍ୱାଗତ କରିବା ସହ ସାମୁହିକ ସୂଚନା ପ୍ରଦାନ କରିଥିଲେ। ଏଥିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା,ସାଂସଦ ନଗର ପ୍ରତିନିଧି ସରୋଜ ମହାପାତ୍ର,ଏସଡିପିଓ କୃଷ୍ଣ ଚରଣ ବାରିକ,ଆଇଆଇସି ଶୁଭ୍ରଜିତ ଦାଶ,ଏନ ଏ ସି ର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଦେବବ୍ରତ ମହାପାତ୍ର,ବିଦ୍ୟୁତ ବିଭାଗର (ଏସଡିଓ) ସିତାଶୁଂ ଶେଖର ଶତପଥୀ,କନିଷ୍ଠ ଯନ୍ତ୍ରୀ ସ୍ୱାଶତ ନନ୍ଦି,ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଶ୍ରୀନିବାସ ମଲ୍ଲିକ,ଆରଡି ଏସ ଡି ଓ କୃତିବାସ ମହାପାତ୍ର,ସହକାରୀ ଯନ୍ତ୍ରୀ ରୁପ୍ କୁମାର ମଣ୍ଡା,ସ୍ୱାସ୍ଥ୍ୟ ଅଧିକାରୀ,ପି.ଏଚ୍.ଡି ବିଭାଗର କର୍ମଚାରୀ ପ୍ରମୁଖ ଯୋଗ ଦେଇ ଭଦ୍ରକ ମିଟିଂରେ ଯାହା ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଯାତାୟାତର ସୁବ୍ୟବସ୍ଥା ପାଇଁ ଜାତୀୟ ରାଜପଥ ବାରିକପୁର ଠାରୁ-ଧାମନଗର କଲେଜ,ପଳିକିରୀ ଛକ ଠାରୁ ଭାୟା କେନାଲ ବାଟଦେଇ ଦକ୍ଷିଣବାଡ ପୋଲ ପର୍ଯ୍ୟନ୍ତ ବାଇପାସ୍ ରାସ୍ତାର ମରାମତି,ଗାଡ଼ି ପାର୍କିଂ ବ୍ୟବସ୍ଥା, ସହରାଞ୍ଚଳରେ ଅନ୍ଧାର ସ୍ଥାନରେ ଆଲୋକିକରଣ,ଅସ୍ଥାୟୀ ଶୌଚାଳୟ,ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ପାନୀୟ ଜଳଯୋଗାଣ ପରିମଳ ବ୍ୟବସ୍ଥା,ଟ୍ରାଫିକ ସମସ୍ୟା ଆଦି ବିଭିନ୍ନ ପ୍ରସ୍ତାବର ଅଗ୍ରଗତି ଏବଂ ଆବଶ୍ୟକ କାର୍ଯ୍ୟଗୁଡିକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ କମିଟି ପକ୍ଷରୁ ଦାବି କରିଥିଲେ। ସୂଚନା ଥାଉକି ଉର୍ସର ଦ୍ୱିତୀୟ ଦିନ ୧୮ତାରିଖ ଅପରାହ୍ନ ୪ଟାରୁ ୫ଟା ୧୫ ମିନିଟ ପର୍ଯ୍ୟନ୍ତ ସମୂହ ପ୍ରାର୍ଥନା (କୁଲ ସରିଫ) ସମୟରେ ଚାଦର ଶୋଭାଯାତ୍ରା ସହ ମଜାର ସରିଫର ସମସ୍ତ ଫାଟକ ବନ୍ଧ ରହିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଶାନ୍ତି କମିଟିର ବରିଷ୍ଠ ସଦସ୍ୟ ମୌଲାନା ସୟଦ ଗୋଲାମ ଅହେମ୍ମଦ ହବିବି,ଏମଡି ଫଜଲେ ବାରି ହବିବି,ଏମଡି ଇସ୍ରାଇଲ ହବିବି,ମହେଶ୍ବର ସ୍ୱାଇଁ,ଲମ୍ବୋଦର ଜେନା,କୃଷ୍ଣ ଚନ୍ଦ୍ର ଜେନା,ଗୋଲାମ ଜିଲାନି ହବିବି,ସେକ ଜାଫର ଅଲ୍ଲୀ,ସେକ ଗୋଲାମ ଅଲ୍ଲୀ,ଅବଦୂର ରହେମାନ ହବିବି,ସୁଶାନ୍ତ କୁମାର ରାଉତ,ପ୍ରତାପ ସାମଲ, ସେକ ରୋସ୍ତମ,ଏମଡି ମଞ୍ଜୁରୁଲ ହକ,ଏମଡି ହବିବୁର ରହେମାନ,ଏମଡି ଫକିରୁଦ୍ଦିନ,ସେକ ଅସଲମ,ସରପଞ୍ଚ ପ୍ରତିନିଧି ସେକ ମୁସ୍ତାକ,ଚୁଡାକୁଟି ସମିତି ସଭ୍ୟ ଜ୍ଞାନରଞ୍ଜନ ମହାକୁଡ଼ ପ୍ରମୁଖ ଯୋଗ ଦେଇଥିଲେ।ପ୍ରକାଶ ଥାଉକି ତହସିଲଦାରଙ୍କ ପ୍ରସ୍ତାବ କ୍ରମେ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧିନ ଥିବା ଶାନ୍ତି କମିଟିର ବରିଷ୍ଠ ସଦସ୍ୟ ଓ ତାଙ୍କ ପତ୍ନୀଙ୍କ ପାଇଁ ପବିତ୍ର ଗୃହରେ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି।


