‘ନୃତ୍ୟ ନୈବେଦ୍ୟ’ର ୭ମ ବାର୍ଷିକ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ସ୍ଥାନୀୟ ଭଞ୍ଜକଳା ମଣ୍ଡପ ଠାରେ ଓଡ଼ିଶାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ‘ନୃତ୍ୟ ନୈବେଦ୍ୟ’ର ୭ମ ତମ ଉତ୍ସବର ୨ୟ ଦିବସ ଆୟୋଜନ ହୋଇଯାଇଛି । ଗୁରୁ ପ୍ରଭାତ କୁମାର ସ୍ୱାଇଁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ନୃତ୍ୟ ନୈବେଦ୍ୟର ଶିଳ୍ପୀମାନେ ଦେଶ ବିଦେଶରେ ନୃତ୍ୟ ପ୍ରଦର୍ଶନ କରି ଓଡ଼ିଶୀ ନୃତ୍ୟ ପାଇଁ ଆଣିଛନ୍ତି ଅନେକ ପ୍ରସିଦ୍ଧି । ତେବେ ଆଜିଥିଲା ତାର ଉଦ୍ଯାପନୀ ଦିବସ । ଏହି ଦିବସରେ ଅତିଥି ଭାବରେ ଯୋଗଦାନ କରିଥିଲେ ରାଜ୍ୟ ଯୋଜନା ବୋର୍ଡର ବରିଷ୍ଠ ସଦସ୍ୟ ଶ୍ରୀ ପ୍ରସନ୍ନ ପାଟ୍ଟଶାଣୀ ଏବଂ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଓଡ଼ିଶୀ ନୃତ୍ୟ ବିଭାଗର ପୂର୍ବତନ ଅଧ୍ୟାପିକା ଡଃ ସ୍ନେହପ୍ରଭା ସାମନ୍ତରାୟ ଓ ମର୍ଦ୍ଦଳ ଜଗତର ମହାନାୟକ ତଥା ନୃତ୍ୟ ନୈବେଦ୍ୟର ସଭାପତି ଗୁରୁ ଧନେଶ୍ୱର ସ୍ୱାଇଁ । ଏମାନେ ନୃତ୍ୟ ନୈବେଦ୍ୟର ଏପରି ଉଦ୍ୟମରେ ବହୁ ପ୍ରଶଂସା କରିଥିଲେ । ଆଜି ଉଦ୍ଯାପନୀ ସନ୍ଧ୍ୟା ଅବସରରେ ଅତିଥିମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟର ପ୍ରଖ୍ୟାତ ଗୁରୁ ନୃତ୍ୟାଚାର୍ଯ୍ୟ ନିରଞ୍ଜନ ରାଉତଙ୍କୁ ନୃତ୍ୟ ନୈବେଦ୍ୟ ସମ୍ମାନ ୨୦୨୩ ଏବଂ ସୁପରିଚିତା ନୃତ୍ୟାଙ୍ଗନା ଆରତୀ କରଙ୍କୁ ନୈବେଦ୍ୟ ପ୍ରତିଭା ସମ୍ମାନ୨୦୨୩ରେ ମଧ୍ୟ ସମ୍ମାନିତ କରାଯାଇଥିଲା ।ସଭାକାର୍ଯ୍ୟ ପରେ ନୃତ୍ୟ ପ୍ରଦର୍ଶନ ଆରମ୍ଭ ହୋଇଥିଲା ସୃଷ୍ଟି ସମୀକ୍ଷାଙ୍କର ଏକକ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନରେ । ବାଜୁଛି ସହି ବାଜାରେ । ଏହାର ସଂରଚନା ପଦ୍ମଶ୍ରୀ ଗଙ୍ଗାଧର ପ୍ରଧାନ ଏବଂ ପଦ୍ମଶୀ ଅରୁଣା ମହାନ୍ତି । ସ୍ୱର ଗୁରୁଶ୍ରୀ ବିଜୟ ଜେନା, ନୃତ୍ୟ ନିର୍ଦ୍ଦେଶନା ଶ୍ରୀପୂଣ୍ୟା ମହାନ୍ତି ଏବଂ ରାଗ- ଶୁଦ୍ଧ ଦେଶୀ ଏବଂ ତାଳ ଏକତାଳି । ଏହାପରେ ପୁନଶ୍ଚ ଏକକ ନୃତ୍ୟରେ ରହିଥିଲା ନୃତ୍ୟାଙ୍ଗନା ଦିବ୍ୟାଦର୍ଶନ ସୁପକାରଙ୍କର ପ୍ରଦର୍ଶନ ସଜନୀ ବୁଡିଗଲି ମୁଁ ଲାଜରେ । ଏହାର ସଂଗୀତ ସଂଯୋଜନା ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ନୃତ୍ୟ ସଂଯୋଜନା ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟଙ୍କ ଦ୍ୱାରା କରାଯାଇଥିଲା । ଏତଦ୍ପରେ ସ୍ୱୟଂ ଗୁରୁ ପ୍ରଭାତ କୁମାର ସ୍ୱାଇଁଙ୍କ ଦ୍ୱାରା ସଂଯୋଜିତ ଅଭିନୟ ‘ରାଗ-ଅନୁରାଗକୁ ନୃତ୍ୟଶିଳ୍ପୀ ନିବେଦିତା ମହାରଣା ଏବଂ ଶର୍ମିଷ୍ଠା ରାଣୀ ପଣ୍ଡାଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଯାହାର ରାଗ- ରାଗ ମାଳିକା ଏବଂ ତାଳ-ତାଳ ମାଳିକା, ରଚନା-କବି କେଦାର ମିଶ୍ର, ବାଦ୍ୟ- ଶ୍ରୀ ଧନେଶ୍ୱର ସ୍ୱାଇଁଙ୍କ ସ୍ୱର ସଂଯୋଜନା-ଗୁରୁ ସୁକାନ୍ତ କୁମାର କୁଣ୍ଡୁ, ନୃତ୍ୟ ନିର୍ଦ୍ଦେଶିକା ହରେକୃଷ୍ଣ ଧଳ ଏହା ପରେ ନୃତ୍ୟଶିଳ୍ପୀ ରାଜକୁମାର ଙ୍କର ଏବଂ ଟି ଉର୍ଲକା ସ୍ନେହାଙ୍କର ଦୈତ୍ୟ ନୃତ୍ୟରେ ======= ପଲ୍ଲବୀ । ଯାହାର ସଂଗୀତ ସଂଯୋଜନା ଗୁରୁ ରାମହରି ଦାସ, ବାଦ୍ୟ ଗୁରୁ ଲିଙ୍ଗରାଜ ପ୍ରଧାନ । ଏହାପରେ ନୃତ୍ୟ ନୈବେଦ୍ୟର ଶିଳ୍ପୀକୁଳଙ୍କୁ ନେଇ ଶ୍ରୀମାନ ଆଶୁତୋଷ ପରିଡା ଦଳଗତ ଭାବେ କ୍ରୀଷ୍ଣାୟ ତୁଭ୍ୟଂ ନମଃ ନୃତ୍ୟ ନିଦ୍ଦେର୍ଶିତ କରିଥିଲେ ଗୁରୁ ପ୍ରଭାତ କୁମାର ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ।ଏ ସମସ୍ତ କାର୍ଯ୍ୟକୁ ହରେକୃଷ୍ଣ ଧଳଙ୍କ ତତତ୍ୱାବଧାରେ ଗୁରୁ ପ୍ରଭାତ କୁମାର ସ୍ୱାଇଁଙ୍କ ମାର୍ଗଦର୍ଶନରେ ସଂଯୋଜିତ କରିଥିଲେ ଡଃ ଇଂ ଶ୍ରୀନିବାସ ଘଟୁଆରରୀ


