ଛତ୍ରପୁର ଏନଏସି ପକ୍ଷରୁ ମନ୍ତ୍ରୀଙ୍କ ଦ୍ୱାରା ଦାଣ୍ଡିଯାତ୍ରା ପ୍ରତିମୂର୍ତ୍ତି ଉଦଘାଟିତ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଏନଏସି ପକ୍ଷରୁ ୭୭ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି,ଏହି ଅଵସରରେ ସ୍ଥାନୀୟ ସର୍କିଟ ହାଉସ ନିକଟରେ ଆଗାମୀ ପିଢ଼ି ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇବା ନିମନ୍ତେ ଦାଣ୍ଡି ଯାତ୍ରା ପ୍ରତିମୂର୍ତ୍ତି ଶୁଭ ଉଦଘାଟିତ ହୋଇଯାଇଛି l ଏହାକୁ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତି ରାଜ ଓ ପାନୀୟ ଜଳ, ସୂଚନା ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l ପରେ ଭିଆଇପି ରୋଡ଼ ସ୍ଥିତ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଏବଂ ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଏସପି ଜଗମୋହନ ମିନା, ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଦେବବ୍ରତ ସାହୁ, ଡୁଡ଼ା ପିଡି ନୀଳମାଧବ ଭୋଇ, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରଳ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, କାଉନସିଲର ଦେବାଶିଷ ମିଶ୍ର, ପ୍ରିତୀଛନ୍ଦା ସାମଲ, କେ. ରମେଶ, ସନ୍ତୋଷୀ ସେଠି, ମାମା ସେଠି, ଟି. ଇନ୍ଦୁ ଙ୍କ ସମେତ ସମସ୍ତ କାଉନସିଲର ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ସକାଳ ୭.୧୫ ରେ ଏନଏସି କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଉପାଧ୍ୟକ୍ଷ ଜି. ପାପା ରାଓ ଙ୍କ ସମେତ ସମସ୍ତ କାଉନସିଲର, ଇଓ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ l