ଡେଷ୍ଟାର ହୋମ ଠାରେ ୭୭ ତମ ସ୍ଵାଧୀନତା ଦିବସ ପାଳନ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଜରଉ ଗ୍ରାମ ପଞ୍ଚାୟତ ସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନ ଡେଷ୍ଟାର ହୋମ ଠାରେ ଚଳିତ ବର୍ଷ ‘୭୭ତମ ସ୍ଵାଧୀନତା ଦିବସ’ ପାଳନ କରାଯାଇଛି । ଏହି ଅବସରରେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ ଅନ୍ତଃର୍ନିହିତ ଗୁଣାବଳୀ ତଥା ଦକ୍ଷତାକୁ ପରିପ୍ରକାଶ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ଯଥା- ଚିତ୍ରାଙ୍କନ, ବକୃତା, ରଚନା ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜନ କରାଯାଇ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗିମାନଙ୍କୁ ସ୍ଵାଧୀନତା ଦିବସ ସ୍ଥାନୀୟ ସରପଞ୍ଚ ଶ୍ରୀ ନିବାସ ଗମାଙ୍ଗଙ୍କ ଦ୍ଵାରା ପୁରସ୍କୃତ କରାଯିବା ସହିତ ଶିଶୁମାନଙ୍କୁ ମିଷ୍ଠାନ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀ ଗମାଙ୍ଗ ଉପସ୍ଥିତ ଅନ୍ତେବାସୀଙ୍କୁ ସ୍ଵାଧୀନତା ଦିବସର ମହତ୍ତ୍ଵ ତଥା ଗୁରୁତ୍ଵ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରି ଶିଶୁମାନଙ୍କୁ ଭବିଷ୍ୟତରେ ଉତ୍ତମ ନାଗରିକ ହୋଇ ଦେଶ ମାତୃକାର ସେବା କରିବା ପାଇଁ ପ୍ରେରଣା ତଥା ଉପଦେଶ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଅନୁଷ୍ଠାନର ପ୍ରତ୍ଯେକ କର୍ମଚାରୀ- ଅଧିକ୍ଷକ ଶ୍ରୀ ମନୋଜ କୁମାର ଶତପଥୀ, ଶିଶୁ କଲ୍ୟାଣ ଅଧିକାରୀ ଶ୍ରୀ ଜୁଏଲ ଶବର, ପରାମର୍ଶଦାତା ଶ୍ରୀ ଟୁନା କୁମାର ନାୟକ, ଗୃହପିତା ଶ୍ରୀ ରାମେଶ୍ଵର ଶବର, ସହାୟକ କର୍ମୀ ଶ୍ରୀ ନିହିମିୟା ମଣ୍ଡଳ, ଫାଟକ ରକ୍ଷକ ଶ୍ରୀ ଚିନ୍ତା ମଣ୍ଡଳ, ରୋଷେୟା ଶ୍ରୀ ଗୋବିନ୍ଦ ଶବର, ରୋଷେୟା ସହାୟିକା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ମିଶ୍ର ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ । ସେଇପରି ମୋହନା ପ୍ରେସ କ୍ଲବ ରେ ଅତିରକ୍ତ ତହସିଲଦାର ହିମାଂଶୁ ପଲାଇ, ମୋହନା ଥାନା ରେ ଥାନା ଅଧିକାରୀ ବସନ୍ତ ସେଠି, କୋର୍ଟ ରେ ବିଚାର ପତି ଶୁଭଜିତ ବେହେରା,ଅଡବା ଥାନା ରେ ଥାନା ଅଧିକାରୀ ସୁବ୍ରକାନ୍ତ ପଣ୍ଡା, ଏବଂ ବିଭିନ୍ନ ସରକାରୀ ବେସରକରି କାର୍ଯ୍ୟାଳୟ ରେ ପତାକା ଉତ୍ତଳନ କରାଯାଇଥିବା ବେଳେ ହାଇସ୍କୁଲ ପଡିଆରେ ମୋହନା ଉନୟନ ପରିଷଧ ପକ୍ଷରୁ ପେରଡେ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା ମୁଖ୍ୟ ଅତିଥିଭାବେ ବିଧାୟକ ଦାଶରଥି ଗମାଙ୍ଗ, ଦଣ୍ଡାସୀ ସାହୁ, ଡାକ୍ତର ଅମୃତ ଜେନା,ସରପଞ୍ଚ ସୁନିତା ମଳିକ, ସମିତି ସଭ୍ୟ ବାଳକୃଷ୍ଣ ମଳିକ, ଜିଲ୍ଲା ପରିଶ୍ୱଧ ଚନ୍ଦ୍ର ମଲ୍ଲିକ ଯୋଗ ଦେଇଥିଲେ ଦିଲ୍ଲସେ ଇଣ୍ଡିଆ ର ସମସ୍ତ ସଦର୍ଷ୍ୟ ସୋହଜଗ କରିଥିଲେ

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ