ଡିଏଭି ସ୍କୁଲ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗରାପୁରସ୍ଥିତ ଡି.ଏ.ଭି. ସ୍କୁଲ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନେ ପ୍ରଭାତଫେରୀ ରେ କୋଠିଛକ ଠାରୁ କାଳୀମନ୍ଦିର ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ଇଂ ଦେବାଶିଷ ମହାନ୍ତି ଓ ପ୍ରାକ୍ତନ ସରପଞ୍ଚ ଗାୟତ୍ରୀ ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ । ପ୍ରଥମେ ଗରାପୁର ଡାକବଙ୍ଗଳାଛକସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଇଂ ମହାନ୍ତି ଜାତୀୟ ପତକା ଉତ୍ତୋଳନ କରିଥିଲେ । ଇଂ ମହାନ୍ତି ପିଲାମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ସମାଜସେବାକୁ ନିଜର ବ୍ରତ କରିବା ଉଚିତ ଏବଂ ମୁଁ ବଦଳରେ ଅନ୍ୟ ଉପରେ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ । ପିଲାମାନେ ଦୈନନ୍ଦିନ ଜୀବନରେ ଜାତୀୟ ସଂଗୀତ ଗାନ କଲେ ସେମାନଙ୍କର ଦେଶପ୍ରେମ ଓ ଜାତୀୟତା ବୋଧ ଜାଗ୍ରତ ହେବ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା ପ୍ରାକ୍ତନ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶିଲ କୁମାର ସାମଲ ମହତ୍ୱପୂର୍ଣ୍ଣ ସମାଜସେବା କାର୍ଯ୍ୟ ନିମନ୍ତେ ଇଂ ମହାନ୍ତିଙ୍କୁ ଡିଏଭି ସ୍କୁଲ ପକ୍ଷରୁ “ସେବା ଗୈାରବ” ସମ୍ମାନରେ ସମ୍ମାନିତ କରିଥିଲେ ଓକୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଚିନ୍ମୟୀ ଦାଶ, ସୁପ୍ରିୟା ବେହେରା, ପ୍ରଭାସିନୀ ମହାନ୍ତି, ସୋନାଲି ରାଉତ, ହରପ୍ରିୟା ଦାଶ, ମମତା ଲେଙ୍କା, ସୁଭଦ୍ରା ନାୟକ, ସୋନି ବେହେରା, ମିନତୀ କର, ସଂଗୀତା ମୁଦୁଲି ପ୍ରମୁଖ ପରିଚାଳନା କରିଥିଲେ ।


