ଫସଲ ହାନୀ କାରଣରୁ ଜୀବନ ହାରିଲେ ଚାଷୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଫଟାଚାଞ୍ଚାଳା ଗ୍ରାମରେ ଜଣେ ଚାଷୀ ଫସଲ ହାନୀ କାରଣରୁ ଆତ୍ମହତ୍ୟା କରିଛି.ମକା ଓ ଧାନ ଫସଲ ନ ହେବାରୁ ଚାଷୀ ପୂର୍ବରୁ କରିଥିବା ଋଣଭାର ସମ୍ଭାଳି ନ ପାରି ଜୀବନ ହାରିଥିବା ପରିବାରଲୋକେ ଅଭିଯୋଗ କରିଥିବା ସୂଚନା ମିଳିଛି. ମୃତ ଚାଷୀ ଜଣକ ହେଲେ ଫଟାଚାଞ୍ଚାଳା ଗ୍ରାମର ଗୌରଚନ୍ଦ୍ର କାଞ୍ଚି.ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ବାଡିରୁ ଚାଷ କାର୍ଯ୍ୟ ସାରି ଘରକୁ ଫେରିବା ପରେ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବାବେଳେ ପରିବାର ଲୋକେ ଗୁରୁତର ଅବସ୍ଥାରେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ. ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ପରେ ପରେ ବରହମପୁର ଏମକେସିଜି ବଡ଼ ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା. ବରହମପୁର ଏମକେସିଜି ଥାନାରେ ଅପମୃତ୍ୟୁ ମାମଲା ରୁଜୁ ପରେ ଶବ ବ୍ୟବଛେଦ ପାଇଁ ପଠା ଯାଇଛି. ଏପଟେ ମୃତ ଗୌରଚନ୍ଦ୍ରଙ୍କ ପରିବାରରେ ଛୋଟ ଛୋଟ କୁନି ୪ ଟି ସନ୍ତାନ ଥିବାବେଳେ ସହାୟତା ପାଇଁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ପରିବାର ଲୋକେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ