ଜାତୀୟ ପତାକା ତଳକୁ ଖସି ପଡିଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକାକୁ ମୁଖ୍ୟ ଅତିଥି ଉତ୍ତୋଳନ କରିବା ସମୟରେ ଠିକ ଭାବେ ବନ୍ଧା ନ ଯାଇଥିବା ଯୋଗୁ ଜାତୀୟ ପତାକା ଖସି ତଳକୁ ପଡି ଯାଇଥିଲା. ଗତ ଦୀର୍ଘ ବର୍ଷ ଧରି ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ହୋଇ ଆସୁଛି. ପତାକା ଉତ୍ତୋଳନ ଠିକ ଭାବେ ଯେପରି ହେବ ସେନେଇ ବିଶେଷ ଦୃଷ୍ଟି ଦିଆ ଯାଉଛି. ତଥାପି ରାୟଗଡ଼ ବ୍ଲକ କର୍ତ୍ତୃପକ୍ଷଙ୍କ ସହ ସମସ୍ତ କର୍ମଚାରୀଙ୍କ ଖାମଖିଆଲି ଓ ଦାୟିତ୍ୱ ହୀନତା ଯୋଗୁ ଏପରି ଘଟଣା ଘଟିଲା ବୋଲି ସମ୍ପୃକ୍ତ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି. ଏହି ଘଟଣା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବା ସହ ଜାତୀୟ ପତାକାକୁ ଏଭଳି ଅସମ୍ମାନ ଦେଇଥିବା ରାୟଗଡ ବ୍ଲକର ମୁଖିଆଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀଙ୍କ ବିରୋଧରେ ସରକାର ପ୍ରଶାସନ ପଦେକ୍ଷପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି. ସ୍ୱାଧୀନତା ଦିବସ ନେଇ ସାନରୁ ବଡ ସମସ୍ତଙ୍କ ମନରେ ଗୋଟିଏ ଆବେଗ ଥାଏ କି କେମିତି ସେହି ଦିନକୁ ପାଳନ କରିବୁ l ପ୍ରଶାସନ ତରଫରୁ ଏବଂ ସରକାରଙ୍କ ତରଫରୁ ମଧ୍ୟ ଅନେକ ଦିନରୁ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥାଏ l ତଥାପି ଏତେ ପ୍ରସ୍ତୁତି ପରେ ବି ଏମିତି ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିବ l ଘଟଣା ଏମିତି ଥିଲା କି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧ୍ୟକ୍ଷା ବ୍ଲକ ପରିସରରେ ଆୟୋଜିତ ସ୍ୱାଧୀନତା ଦିବସର ଉତ୍ସବରେ ଯେତେବଳେ ପତାକା ଉତୋଳନ କଲେ ସେତେବେଳେ ଦେଶର ଜାତୀୟ ପତାକାକୁ ଠିକ ଭାବେ ବନ୍ଧା ନ ହୋଇଥିବା ଯୋଗୁ ତଳକୁ ଖସି ପଡିଥିଲା l ଏବେ ପ୍ରଶ୍ନ ଉଠୁଛି କି ଆମେ ସ୍ୱାଧୀନ ହୋଇ 77 ବର୍ଷ ହୋଇଗଲାଣି ତଥାପି ରାୟଗଡ଼ ବ୍ଲକର ବଡ଼ବାବୁ ମାନେ କିପରି ଜାଣି ପାରିଲେ ନାହିଁ କେମିତି ଦେଶର ଜାତୀୟ ପତାକାକୁ ବନ୍ଧl ଯିବା କଥା?? ଏତେ ଲୋକଙ୍କ ମଧ୍ୟରେ ଦେଶର ସ୍ବାଭିମାନ, ଗର୍ବ, ଗୌରବକୁ ତଳେ ପକାଇଲା ଭଳି କାମ କରିଛନ୍ତି l ଆଉ କେତେ ବର୍ଷ ଗଲେ ବ୍ଲକ୍ କର୍ତୁପକ୍ଷ ଦେଶର ଜାତୀୟ ପତାକାକୁ ସମ୍ମାନର ସହିତ ପାଳନ କରିବେ l ଏହା ଅତି ଲଜ୍ୟା ଜନକ ବିଷୟ l ଯେତେବଳେ ଦେଶର ଜାତୀୟ ପତାକା ଉତ୍ତୋଳନ ବେଳେ ତଳକୁ ଖସି ପଡିଲା ସେହି ସମୟରେ ସେଠାରେ ଉପସ୍ଥିତି ଥିବା ସରକାରୀ ବାବୁମାନେ ତାଳି ମାରୁଥିବା ଦେଖାଯାଇଥିଲା l ଏମାନଙ୍କୁ ଲଜ୍ୟା ଲାଗିଲାନି କିପରି ଜାତୀୟ ପତାକା ତଳକୁ ଖସି ଆସୁଥିବାବେଳେ ପତାକାକୁ ଅସମ୍ମାନ ପ୍ରଦଶନ କରି ତାଛ୍ୟଲ କରି ତାଳି ମାରିଥିଲେ. ସରକାର ଆଜିର ଦିବସକୁ ମହାଆଡମ୍ବର ସହିତ ପାଳନ କରିବାକୁ ନିର୍ଦ୍ଦେଶ ଦେଇ ଥିବାବେଳେ ସେଥିପାଇଁ ଆଗରୁ ପ୍ରସ୍ତୁତି କରାଯାଇଥାଏ l କିନ୍ତୁ ରାୟଗଡ ବ୍ଲକ ରେ ପୁରାପୁରି ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l ଏହା ଦେଶ ପାଇଁ ଓ ବିର ସଂଗ୍ରାମୀ ମାନଙ୍କ ପାଇଁ ସମ୍ମାନ ପରିବର୍ତ୍ତେ ଅପମନ ର କାର୍ଯ୍ୟ l ବ୍ଲକ କର୍ତ୍ତୃପକ୍ଷଙ୍କ କେଉଁଠି ନା କେଉଁଠି ଖାମଖିଆଲି ମନୋଭାବ ରେ ଏହି ଦିବସକୁ ନେଉଥିବା ମନେ ହେଉଛି l ପୂର୍ବରୁ ଯଦି ଏହି କାର୍ଯ୍ୟକ୍ରମ କୁ ପୂର୍ବଭ୍ୟାସ କରାଯାଇଥାନ୍ତା ତେବେ ଏହିପରି ଭୂଲ ଆଜି ହୋଈ ନ ଥାନ୍ତା l ଖାଲି ଆମେ ଦେଶ ଭକ୍ତି ର ନାମ ଫଳକ ଧଳl ପୋଷାକ କିମ୍ବା ନୂଆ ପୋଷାକ ପିନ୍ଧି ଦେଲେ ଦେଶ ଭକ୍ତ ହୋଇଯାଏ ନାହିଁ ଦେଶ ପାଈଁ ସେତିକି ଶ୍ରଦ୍ଧା ଓ ସମ୍ମାନ ରହିବା ଆବଶ୍ୟକ l ତେବେ ଆଉ କେତେ ବର୍ଷ ଆଉ ଲାଗିବ ଠିକରେ ଅମେ ଜାତୀୟ ପତାକାକୁ ସମ୍ମାନ ଦେବାପାଇଁ। ଏନେଇ ବ୍ଲକ ଅଧ୍ୟକ୍ଷା କିମ୍ବା ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ମତାମତ ମିଳିପାରି ନାହିଁ। ତେବେ ଏପରି ଭୁଲ ସାଧାରଣ ଲୋକ କରିଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଆନ୍ତା କିନ୍ତୁ ବ୍ଲକର ବଡ଼ବଡ଼ିଆ ବାବୁମାନଙ୍କୁ କାହିଁକି କାଯ୍ୟନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୁଷ୍ଟି କରିଛି.


