ଭଙ୍ଗା ପଟ୍ଟା ରିକ୍ସାରେ ବୁହାହେଲେ ବୃଦ୍ଧା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସରକାର ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ ସେମାନଙ୍କ ନିକଟରେ ଭତ୍ତା ପହଞ୍ଚାଇବା ନିୟମରେ ରହିଛି. ହେଲେ ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଭତ୍ତା ପାଇଁ ଜଣେ ବୃଦ୍ଧା ଭଙ୍ଗା ପଟ୍ଟା ରିକ୍ସାରେ ପୌର ପରିଷଦ କାର୍ଯ୍ୟାଳୟକୁ ପହଞ୍ଚି ଥିବା ଲକ୍ଷ୍ୟ କରାଯାଇଛି. ସୂଚନାଯୋଗ୍ୟ,ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ୧୨ ନଂ ୱାର୍ଡର ବୃଦ୍ଧା ଜଣକ ହେଉଛନ୍ତି ଲବଙ୍ଗ ଗୟା (୯୫). ଭତ୍ତା ଖଣ୍ଡକ ପାଇଁ ପୌର କାର୍ଯ୍ୟଳୟକୁ ଆସିବାକୁ ପଡୁଛି. ସରକାରୀ ନିୟମ ଅନୁସାରେ ତାଙ୍କୁ ୭ ଶହ ଟଙ୍କା ଭତ୍ତା ମିଳିବା କଥା. କିନ୍ତୁ ୭ ଶହ ଦୂରର କଥା ୫ଶହ ଟଙ୍କା ପ୍ରଦାନ କରାଯାଉଛି. ଏହି ଟଙ୍କା ତାଙ୍କ ପାଇଁ ସ୍ବପ୍ନ ହୋଇଛି. ପ୍ରଥମତଃ ଭତ୍ତା ଟଙ୍କା ଘର ପାଖରେ ମିଳୁଥିଲା. ପରଵର୍ତ୍ତୀ ସମୟରେ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିଲା ଭତ୍ତା ଟଙ୍କା. ଭତ୍ତା ଟଙ୍କା ପାଇଁ ମୁନିସିପାଲିଟି ଆସିଲେ ତାର କିଛି ସାର୍ଟିଫିକେଟ ନାହିଁ ବୋଲି କହି ବ୍ୟାଙ୍କକୁ ପଠେଇ ଦେଉଛନ୍ତି. କିନ୍ତୁ ବ୍ୟାଙ୍କ ଆକାଉଣ୍ଟରେ କୌଣସି ସମସ୍ୟା ଦେଖା ଦେଇଥିବା ଯୋଗୁ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହେଲେ ଲବଙ୍ଗ. ଏହା ବନ୍ଦ ହେବାପରେ କେମିତି ଭତ୍ତା ଟଙ୍କା ଫେରିପାଇବେ ପରିବାର ଲୋକେ ଚିନ୍ତାରେ ପଡି ଯାଇଥିଲେ. ଶେଷରେ ଏଇ ଭଙ୍ଗା ପଟ୍ଟା ରିକ୍ସା ସାହାଯ୍ୟରେ ବୋହି ବୋହି ପ୍ରଥମେ ବ୍ୟାଙ୍କ ତାପରେ ପୌର ପରିଷଦ କାର୍ଯ୍ୟାଳୟ ଲବଙ୍ଗ ଯାଇଥିଲେ. ଯାହାର ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଥିଲା. ଅନ୍ୟପକ୍ଷରେ ଘଟଣା ବିଷୟରେ ଜାଣିବା ପରେ ପାରଳା ପୌର ପରିଷଦର ନିର୍ବାହୀ ବନମାଳୀ ଶତପଥୀ ଅଧିକାରୀ କହିଛନ୍ତି ଘଟଣାର ଅନୁଧ୍ୟାନ କରାଯାଇ ତଦନ୍ତ କରାଯିବ. ତା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ