ଗୁମ୍ମାରେ ଡେଙ୍ଗୁ ରୋଗୀର ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗୁନି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଉପାନ୍ତ ପାହାଡିଆ ଅଞ୍ଚଳରେ ଥିବା ବେଳେ ସରକାରୀ ସ୍ୱାସ୍ଥ୍ୟସେବା ପ୍ରାଧାନ୍ୟ ଦିଆଯାଉନାହିଁ. ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଡେଙ୍ଗୁ ରୋଗୀଙ୍କ ପାଇଁ ହେଉନାହିଁ ଉପଯୁକ୍ତ ଚିକିତ୍ସା। ସୂଚନା ମୁତାବକ ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ଼ ଗ୍ରାମରେ ଜଣେ ଡେଙ୍ଗୁ ରୋଗୀର ମୃତ୍ୟୁ ହୋଇଥିବା ଜଣାପଡିଛି।କିନ୍ତୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଡେଙ୍ଗୁ ରୋଗୀର ମୃତ୍ୟୁ ହୋଇନଥିବା କହିଛନ୍ତି ଦାୟିତ୍ୱରେ ଥିବା ଡ଼ଃ ଚିନ୍ମୟ ବିଶ୍ୱାଳ।କିଛି ନୀତି ମଧ୍ୟରେ ଅଞ୍ଚଳରେ କ୍ରମାଗତ ଭାବେ ଥଣ୍ଡା ଜ୍ୱରରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିରହିଛି।କିନ୍ତୁ ବିଡମ୍ବନାର ବିଷୟ ଯେ ଡେଙ୍ଗୁ ରୋଗୀରେ ଆକ୍ରାନ୍ତଙ୍କ ପାଇଁ କୌଣସି ପରୀକ୍ଷା ନିମନ୍ତେ ଗୁମ୍ମା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଏହାର ବ୍ୟବସ୍ଥା ନଥିବା ସହ ଡେଙ୍ଗୁ ରୋଗର ଲୋକ୍ୟଣ ଥିଲେ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଡେଙ୍ଗୁ ପରୀକ୍ଷା କରାଯାଏ ବୋଲି କହିଛନ୍ତି ଡ଼ଃ ଚିନ୍ମୟ।ସାଧାରଣତଃ ବର୍ଷା ଜଳ ନିଷ୍କାସନ ନହେଲେ ମଶାବଂଶ ବୃଦ୍ଧି ପାଇବା ସହ ଘର ଚତୁପାର୍ଶ୍ଵରେ ପାଣି ଜମା ନରଖି ପରିଷ୍କାର ରଖିବା ଆବଶ୍ୟକ ବୋଲି କହିଛନ୍ତି।କିନ୍ତୁ ଡେଙ୍ଗୁ ରୋଗରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ଯୋଗୁଁ ଅଞ୍ଚଳରେ ମଶା ତେଲ,ମଶା ଧୂଆଁ ଓ ବିଲଚିଂ ଛିଞ୍ଚନ ଆବଶ୍ୟକ ରହିଛି ବୋଲି ସାଧାରଣରେ ମତ ପ୍ରକାଶ କରିଛନ୍ତି।ବେସରକାରୀ କ୍ଲିନକରେ ପରୀକ୍ଷା କଲେ ଅଧିକାଂଶ ରୋଗୀଙ୍କ ପରୀକ୍ଷା ଫଳ ଡେଙ୍ଗୁ ରହୁଥିବା ବେଳେ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଡେଙ୍ଗୁ ପରୀକ୍ଷା ସାମଗ୍ରୀ ଉପଯୁକ୍ତ ନଥିବା ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ଏପରି ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ନିମନ୍ତେ ସାଧାରଣରେ ଦାବି ହେଉଛି।


