ଛତ୍ରପୁର ବ୍ଲକ ଘେରାଉ କଲେ କଂଗ୍ରେସ ନେତା ଓ କର୍ମୀ
ଛତ୍ରପୁର, (ଦେବଦତ୍ତ ମହାରଣା):ଦରଦାମ ବୃଦ୍ଧି, ଆବାସ ଯୋଜନାରେ ଦୁର୍ନୀତି, ବେକାରୀ ଆଦି ସମସ୍ୟାକୁ ନେଇ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଆଜି ଛତ୍ରପୁର ବ୍ଲକ ଘେରାଉ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ଏସସି ସେଲ ର ସଂଯୋଜକ ଭାଗିରଥି ବେହେରା ଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା ଓ କର୍ମୀ ବ୍ଲକ ଅଫିସ ଘେରିଛନ୍ତି । ବ୍ଲକରେ ହେଉଥିବା ପିସି କାରବାର ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଘେରିଛି କଂଗ୍ରେସ ।ଏଥିରେ ମହେଶ ଗୌଡ଼, ଜଲାଲ ଖାନ ଙ୍କ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ


